ମାଙ୍ଗାନିଜ ଚୋରା ଚାଲାଣ ବେଳେ ୫ ଗିରଫ ୩ ଫେରାର

0

ରାୟଗଡ଼ା (ସରୋଜ ସାହୁ ) – ପଡେ଼ାଶି ଆନ୍ଧ୍ରକୁ ଚୋରାରେ ମାଙ୍ଗାନିଜ ଚାଲାଣ ବେଳେ ପୋଲିସ ହାବୁଡ଼ରେ ଧରା ପଡ଼ିଛି ଆନ୍ତ ରାଜ୍ୟ ମାଇନସ ଚୋରା ରାକେଟ  । ଗତ ରାତି ରାୟଗଡ଼ା ଥାନା କୁମ୍ଭିକୋଟା ଆଉଟପୋଷ୍ଟ ଅନ୍ତର୍ଗତ କୁଟୁଲି ସଂରକ୍ଷିତ ଜଙ୍ଗଲରୁ ଓଡ଼ି ୦୨ ୟୁ ୩୪୨୫ ନମ୍ବର ଏକ ହାଇୱାରେ ଚୋରାରେ ମାଙ୍ଗନିଜ ଆନ୍ଦ୍ରପ୍ରଦେଶର ପାର୍ବତିପୁରମକୁ ଯାଉଥିଲା  । କୈାଣସି ସୁତ୍ରରୁ ରାୟଗଡ଼ା ଏସପି ରାହୁଲ ପିଆର ଖବରପାଇ ରାୟଗଡ଼ା ଥାନାକୁ ସୁଚନା ଦେଇଥିଲେ । ଏସପିଙ୍କ ନିର୍ଦ୍ଦେଶ  ମୁତାବକ ପୁଲିସର ଏକ ସ୍ୱତନ୍ତ୍ର ଟିମ କୁମ୍ଭିକୋଟା ନିକଟରେ ଏହି ହାଇୱାକୁ ଅଟକାଇ ଖାନତଲାସ କରିବା ସମୟରେ ଗାଡ଼ିରେ ମାଙ୍ଗାନିଜ ପରିବହନ ସମନ୍ଧିତ କୈଣସି କାଗଜ ପତ୍ର ନଥିଲା । ଫଳରେ ଗାଡ଼ିକୁ ଯବତ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ଶେଷଖାଲ ଥାନା ଅନ୍ତର୍ଗତ ନୁଆଗାଁର ଦୁର୍ଜନ ଗାଟାଂ , ଟିକିରି କୋରାପୁଟ ସାହିର ଭିମା ମାଝି , ଆନ୍ଧ୍ରପ୍ରଦେଶ ଅନକାପଲ୍ଲିର କେ. ନାକା ସୁରିୟା ଆପାରାଓ, ମଲିଝରଣର ଲକ୍ଷ୍ମଣ ଲୋହରା ଏବଂ ବାହାରଦୁଲୁକିର ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରିଥିବା ବେଳେ ଗାଡ଼ି ମାଲିକ ମନୋଜ ପାଣି  , ତ୍ରିଲୋଚନ ବେନିଆ ଏବଂ ଦାସ ମିଣିଆକା ଫେରାର ହୋଇଯାଇ ଥିବା କହିଛନ୍ତି ରାୟଗଡ଼ା ଥାନା ଅଧିକାରି କୃଷ୍ଟ ଚନ୍ଦ ବାତ୍ରା । ରାୟଗଡ଼ା ଥାନା କେଶନମ୍ବର ୨୩୧/୧୮ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏନେଇ ଜଙ୍ଗଲ ବିଭାଗ ଏବଂ ଖଣି ବିଭାଗକୁ ସୁଚନା ଦିଆଯାଇଛି ସେମାନେ ଆସିବା ପରେ ପ୍ରକୃତରେ ଏହସବୁ ଖଣି ଖନନ ପାଇଁ ଅନୁ ମତି ଥିଲାକି ନାହିଁ ଏବଂ ଖଣିଟି ଜଙ୍ଗଲ ବିଭାଗ ଅଧିନରେ ନା ଖଣିବିଭାଗ ଅଧିନରେ ରହିଛି ତାର ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ବାତ୍ରା କହିଛନ୍ତି । ଏଠାରେ ସୁଚନା ଯୋଗ୍ୟକି ଗତ କିଛିବର୍ଷ ଧରି ଏହି ସବୁ ଅଚଂଳରେ ବ୍ୟାପକ ଚୋରା ମାଙ୍ଗାନିଜ ପଡେ଼ାଶି ଆନ୍ଦ୍ରକୁ ଚଲୋଣ ହେଉଥିବା ବେଳେ ଧର୍ମକୁ ଅଖିଠାର ମାରିବା ନ୍ୟାୟରେ ଗୋଟିଏ ଦୁଇଟି ଗାଡ଼ି ଯବତ କରି ପୁଲିସ ନିଜ କାମ ସାରିଦେଉଥିବା ବେଳେ ଜଙ୍ଗଲବିଭାଗ କି ଖଣି ବିଭାଗର ଏତେ ପରିମାଣରେ ଖଣିଜ ସମ୍ପଦ ଲୁଟ ହେଉଥିଲେ ମଧ୍ୟ ନିଘା ନଥିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.