ଜିଲ୍ଲାସ୍ତରୀୟ ର୍ଦୁନୀତି ନିବାରଣ ସପ୍ତାହ ପାଳିତ

0

ରାୟଗଡା/ ସରୋଜ ସାହୁ : ରାୟଗଡା ଜିଲ୍ଲା ର୍ଦୁନୀତି ନିବାରଣ ବିଭାଗ ପକ୍ଷରୁ   ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ର୍ଦୁନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ର୍ଦୁନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତି ଗୁହା ପୁନମ ତାପସ କୁମାର,ଏସ୍. ପି . ରାହୁଲ ପି.ଆର. ,ରାୟଗଡା ବିଧାୟକ ଲାଲବିହାରୀ ହିମିରିକା ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମାଜରେ ର୍ଦୁନୀତିକୁ ରୋକିବାକୁ ହେଲେ ସମସ୍ତଙ୍କୁ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି କହିଥିଲେ । ସେହିପରି ଡିଏସପି ଶ୍ରୀ ବିଶ୍ବାଳ ମଧ୍ୟ ସରକାରୀସ୍ତର ରେ ବୃଦ୍ଧି ପାଉଥିବା ର୍ଦୁନୀତି ପାଇଁ ବହୁ ସରକାରୀ ବାବୁମାନେ ଆୟ ବର୍ହିଃଭୁତ ସଂପତ୍ତି ଠୁଳ ଅଭିଯୋଗରେ ତ କେତେବେଳେ ଲାଂଚ ନେଉଥିବା  ବେଳେ ଧରା ପଡୁଛନ୍ତି ତେଣୁ ଏହାର ମୂଳଉତ୍ପୋଟନ ପାଇଁ  ର୍ଦୁନୀତି ନିବାରଣ ବିଭାଗ ପକ୍ଷରୁ   ସଚେତନତା ଓ ନିବାରଣ ନେଇ ଉଦ୍ୟମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲା ରେ ଵିଭିନ୍ନ କ୍ଷେତ୍ରରେ  କୃତିତ୍ବ ଲାଭ କରିଥିବା ୧୮ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ  ଜିଲ୍ଲାସ୍ତରୀୟ ସମସ୍ତ ବିଭାଗ ର ଅଧିକାରୀମାନଙ୍କ ସହ ଛାତ୍ରଛାତ୍ରୀ,ଭିଜିଲାନ୍ସ ଏସ.ଆଇ.କଳାବତୀ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.