ପଦ୍ମପୁର/Nila Deep-ବରଗଡ଼ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ଝାଙ୍କରପାଳି ଗ୍ରାମର ଯୁବକ ଜଗା ବରିହାଙ୍କ ଶବ ଆଜି ଦିନ ୧୨ଟା ସମୟରେ ଗ୍ରାମ ନିକଟସ୍ଥ ନାଳରେ ଭାସମାନ ଅବସ୍ଥାରେ ମିଳିଥିଲା।ଗତ ଶନିବାର ଦିନ ରାତିରେ ସେ ଗ୍ରାମର କିଛି ଯୁବକଙ୍କ ସହିତ ସେହି ନାଳକୁ ମାଛଧରିବାକୁ ଯାଇ ଆଉ ଫେରି ନଥିଲେ।ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ ।ଆଜି ଗ୍ରାମବାସୀ ନାଳରେ ଏକ ଅଜଣା ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଏବଂ ପରେ ଏହା ଜଗା ବରିହାଙ୍କ ଶବ ବୋଲି ଚିହ୍ନଟ ହୋଇଥିଲା ।ପୋଲିସ ଶବକୁ ଉଦ୍ଧାର କରି ପଦ୍ମପୁର ସରକାରୀ ଡାକ୍ତରଖାନାକୁ ବ୍ୟବଛ୍ଛେଦ ପାଇଁ ପଠାଇ ଦେଇଥିଲେ ।ମୄତ୍ୟୁ ର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।