ଓଡ଼ଗାଁରେ ଭଏସ୍ ଅଫ୍ ନୟାଗଡ,୧୩ଜଣ କୃତି ପ୍ରତିଯୋଗୀ ଦ୍ୱିତୀୟ ପ୍ରର୍ଯ୍ୟାୟକୁ ଉନ୍ନୀତ

0

ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ କ୍ଲବ ଆନୁକୁଲ୍ୟରେ ଆୟୋଜିତ  ‘ଭଏସ ଅଫ୍ ନୟାଗଡ’ କାର୍ଯ୍ୟକ୍ରମ ଜିଲ୍ଲା ତଥା ସାରା ଓଡିଶାରେ ଆଦୃତି ଲାଭ କରିଥିବା ବେଳେ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ପ୍ରତିଯୋଗୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ସ୍ଥାନୀୟ ଅଂଚଳର ୩୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲା ବେଳେ ବିଚାରକ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଗୁରୁ ପ୍ରଭାତ କୁମାର ଦାଶଙ୍କ ଦ୍ୱାରା ୧୩ଜଣ କୃତି ପ୍ରତିଯୋଗୀଙ୍କୁ  ଦ୍ୱିତୀୟ ପ୍ରର୍ଯ୍ୟାୟକୁ ଉନ୍ନୀତ  କରାଇଛନ୍ତି । ଉନ୍ନିତ ପ୍ରତିଯୋଗୀମାନ ହେଲେ ପ୍ରଜ୍ଞାରାଣୀ ମହାପାତ୍ର, ପିନାକୀ ପ୍ରିୟଦର୍ଶିନୀ, ଉସମିତା ଦାଶ, ରୁଚିକା ପାଢୀ, ସନ୍ତୋଷୀ ସାହୁ, ସୁବାଶିଷ ଦାଶ, ମନମୟୀ ମିଶ୍ର, ଶିବାନୀ ପଣ୍ଡା, ଆନନ୍ଦ ଚନ୍ଦ୍ର ବାଡତିଆ, ସାଇ ଆଶିଷ ପ୍ରଧାନ, ଚିନମୟ ବେହେରା, ରୁପେଷ କୁମାର ନାୟକ ଏବଂ ଦିବ୍ୟ ପ୍ରଭାବ ମହାପାତ୍ର । ଉନ୍ନିତ ପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ନୟାଗଡ ଠାରେ ଆୟୋଜିତ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆୟୋଜକ ମାନେ ସୂଚନା ଦେଇଥିଲେ । କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ଭାବଗ୍ରାହୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ନୟାଗଡ କ୍ଲବ ହିମାଂଶୁ କୁମାର ପଟ୍ଟନାୟକ ଏବଂ ଲକ୍ଷ୍ମୀନାରାୟଣ ରଥ ପରିଚାଳନା ଓ ସଂଯୋଜନା କରିଥିଲେ । 

 

 

   

Leave A Reply

Your email address will not be published.