ତୈଳିକ ବୈଶ୍ୟ ସାହୁ ସମାଜର ୬ଷ୍ଠତମ ନୂଆଖାଇ ଭେଟଘାଟ ସହ ସମାଜର ନବନିର୍ମିତ କଲ୍ୟାଣ ମଣ୍ଡପ ଉଦଘାଟିତ 

0

ଗାଇସିଲେଟ/Kedar Nath Sahu  : ଗାଇସିଲେଟ ବ୍ଲକ ଅନ୍ତର୍ଗତ  କଲଙ୍ଗାପାଲି ଠାରେ ତୈଳିକ ବୈଶ୍ୟ ସାହୁ ସମାଜର ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସମାଜର ଇଷ୍ଟଦେବୀ ଚଣ୍ଡି ସମଲେଇ ଓ ମାଁ ପାଟଣେଶ୍ବରୀ  ଙ୍କ କଲଙ୍ଗାପାଲି ସ୍ଥିତ ମନ୍ଦିରରେ ବିଧି ପୂର୍ବକ ପୂଜାର୍ଚନା  କରାଯିବାପରେ ଶତାଧିକ ମହିଳାପୁରୁଷ  ଏକ ଶୋଭାଯାତ୍ରାରେ ସମାଜର ନବ ନିର୍ମିତ କଲ୍ୟାଣ ମଣ୍ଡପକୁ ଯାଇଥିଲେ । ଶୋଭାଯାତ୍ରା କଲ୍ୟାଣ ମଣ୍ଡପକୁ ପହଞ୍ଚିବା ପରେ ସମ୍ମାନିତ ଅତିଥି ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ  କିଶୋର ମହାନ୍ତି  କଲ୍ୟାଣ ମଣ୍ଡପକୁ ଉଦଘାଟନ କରିବା ପରେ ସଭାକାର୍ଯ୍ୟ  ଆରମ୍ଭ ହୋଇଥିଲା  । ସାହୁ ସମାଜର ସଭାପତି ଶ୍ରୀଯୁକ୍ତ ଚୈତନ୍ୟ  ସାହୁଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଡଃ.ପ୍ରଭାସ ସିଂ,ବିଜେପୁର ବିଧାୟିକା ରିତା ସାହୁ,ପ୍ରଭାତ ଆଦିତ୍ୟ ମିଶ୍ର,  ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ  ପ୍ରଣୟ ସାହୁ , ଟାଣୁଆ ଛାତ୍ରନେତା- ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ବିଶ୍ୱପ୍ରତାପ ସାହୁ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ |

ସମାଜର ମାନ୍ୟଗଣ୍ୟ  ବ୍ୟକ୍ତି   ଝରି ସାହୁ,ମନୋରଞ୍ଜନ  ସାହୁ,କୃଷ୍ଣଚନ୍ଦ୍ର ସାହୁ ,ଡୋଲାମଣି ସାହୁ ,ଯତୀନ୍ଦ୍ର ସାହୁ,ସୁନାଧର ସାହୁ  ମଞ୍ଚାସିନ ହୋଇଥିଲେ ।ସମାଜର ଉପସଭାପତି ଶ୍ରୀଯୁକ୍ତ ଯତୀନ୍ଦ୍ର ସାହୁ  ସ୍ୱାଗତ ଭାଷଣ ଦେବାପରେ ସମାଜର ସଭାପତି ଶ୍ରୀଯୁକ୍ତ ଚୈତନ୍ୟ  ସାହୁ ସାମାଜିକ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଡୋଲାମଣି ସାହୁ ମଞ୍ଚ ପରିଚାଳନା କରିଥିଲେ। ସମାଜର କଲ୍ୟାଣ ମଣ୍ଡପ ପ୍ରସ୍ତୁତି ପାଇଁ ଭୂମୀ ଦାନ କରିଥିବାରୁ ଶ୍ରୀଯୁକ୍ତ ଯୋତିନ୍ଦ୍ର ସାହୁ ଓ ଯୋଗିନ୍ଦ୍ର ସାହୁ ,ତାଲପାଲିର କବି କେଦାର ନାଥ ସାହୁ କୋଶଲି ଭାଷାରେ ବିଭିନ୍ନ ପ୍ରକାର କବିତା ଲେଖି ପାରଦର୍ଶିତା ଲାଭ କରିଥିବାରୁ କମିଟି ମାନପତ୍ର ଓ ଉପଢୌକନ  ଦେବାସହ କୁନି କଳାକାରଙ୍କ ଜନକେଡାର ଆଭାରାଣୀ ସାହୁ ଙ୍କୁ  ଅତିଥି ମାନେ ସମ୍ମାନୀତ କରିଥିଲେ ।ଏହି ଅବସରରେ ଲୋଇସିଂହାର ସୁରସଙ୍ଗମ,ସମ୍ବଲପୁରର ଲହରି,ବରଗଡ଼ର ଢଲିଆଖୁସା ଏବଂ କଳାହାଣ୍ଡିର ପ୍ରତିଭା ଅନୁଷ୍ଠାନ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ସୁନାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.