ମହାବାଳ ବାଘର ମୁଣ୍ଡ କାଟିନେଲେ !!!

0

ବରଗଡ଼/ଶାସକପ୍ରଶାସକ-ବରଗଡ଼ ଜିଲା ଭଟଲି ରେଞ୍ଜ ଅଧିନ ଖଜୁରିଆ ଗ୍ରାମ ନିକଟ ଦାମୋଦରପଡ଼ା ଜଙ୍ଗଲରେ ଗୋଟିଏ ମହାବଳ ବାଘକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳଟି ଡେବ୍ରିଗଡ଼ ଅଭୟାରଣ୍ୟ ପରିସର ମଧ୍ୟରେ ରହିଛି।  ବାଘକୁ ୨/୪ଦିନ ପୂର୍ବରୁ ମାରି ପୋତି ଦିଆଯାଇଥିବା ଅନୁମାନ କରାଯାଉଛି। ଦୁର୍ବୃତ୍ତମାନେ ବାଘର ଦାନ୍ତ, ନଖକୁ କାଢ଼ି ନେଇଥିବା ସୂଚନା ମିଳିଛି। ଘଟଣାକୁ ଚପାଇ ଦେବା ପାଇଁ ଦୁର୍ବୃତ୍ତମାନେ ସେଭଳି କରିଥିବା ସନ୍ଦେହ କରାଯାଉଛି। ଖବରପାଇ ବନ୍ୟପ୍ରାଣୀ ବିଭାଗର ଏକ ଟିମ ଘଟଣାସ୍ଥଳକୁ ଆସୁଥିବା ଖବର ମିଳିଛି। ଏଠାରେ ଉଲ୍ଲେଖନୀୟ, କିଛିଦିନ ପୂର୍ବରୁ ଡେବ୍ରିଗଡ଼ ଅଭୟାରଣ୍ୟ ପରିସରରେ ଜଙ୍ଗଲ ସୁରକ୍ଷା ପାଇଁ ବାଘ ଛଡ଼ା ଯାଇଥିବା ଖବର ମିଳିଥିଲା। ତେବେ ଜଙ୍ଗଲ ମାଫିଆମାନେ ବାଘ ଭୟରେ ଜଙ୍ଗଲକୁ ଯାଇ ପାରୁ ନ ଥିବା ଏବଂ ଏଥିପାଇଁ ସମ୍ପୃକ୍ତ ଜଙ୍ଗଲ ମାଫିଆମାନେ ଉକ୍ତ ମହାବଳ ବାଘକୁ ଶୀକାର କରିଥିବା ସାଧାରଣରେ ଆଲୋଚିତ ହେଉଛି। ତେବେ ଏ ସମ୍ପର୍କରେ ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗର ଡିଏଫଓ ସୁଦୀପ କୁମାର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ମହାବଳ ବାଘ ଶୀକାର ନେଇ ତାଙ୍କ ପାଖକୁ ମଧ୍ୟ ସୂଚନା ପହଞ୍ଚିଥିଲା। ଏହାପରେ ସେ ଏହାର ତଦନ୍ତ ପାଇଁ ଏକ ଟିମ ପଠାଇଥିବା କହିଛନ୍ତି। ସେହିପରି ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘଙ୍କ ସ୍ଥିତି ଉପରେ ପଚାରିବାରୁ ଏହି ଅଭୟାରଣ୍ୟରେ ମହାବଳ ବାଘ ରହିଥିବା ନେଇ ସେଭଳି ଠୋସ୍‌ ଖବର ତାଙ୍କ ପାଖରେ ନ ଥିଲା, ମାତ୍ର ଗତ କିଛିଦିନ ତଳେ ଏକ ମହାବଳ ବାଘ ଡେବ୍ରିଗଡ଼ ଅଭୟାରଣ୍ୟରେ ବୁଲାବୁଲି କରୁଥିବା ସେ ଶୁଣିବାକୁ ପାଇଥିଲେ। ତଦନ୍ତ ପରେ ସେହି ମହାବଳ ବାଘକୁ ଶୀକାରୀମାନେ ମାରିଛନ୍ତି ନା ଅନ୍ୟ ବାଘ ଶିକାରୀଙ୍କ ଶୀକାର ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ବନ୍ୟପ୍ରାଣୀ ବିଭାଗର ଡିଏଫଓ ନାୟକ ପ୍ରକାଶ କରିଛନ୍ତି। ତେବେ ଡେବ୍ରିଗଡ଼ ଅଭୟାରଣ୍ୟରେ ସିସିଟିଭି କ୍ୟାମେରା ଖଞ୍ଜିତ ହୋଇଥିଲା। ମାତ୍ର ଗତ କିଛିଦିନ ହେଲା ସେହି କ୍ୟାମେରା ଗୁଡ଼ିକୁ ଅଚଳ ଅର୍ଥାତ୍‌ ବନ୍ଦ କରି ଦିଆଯିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.