ସୁବୋଧଙ୍କ ମୃତ୍ୟୁ ଏବେ ଦୁର୍ବୋଧ୍ୟ : ସନ୍ଦେହରେ ପୋଲିସର ଭୂମିକା

0

ପୋଲିସ ଧରିନେବା ଆଉ ରାତିରେ ତାକୁ ଘରେ ନଛାଡି ସମ୍ପର୍କୀୟଙ୍କ ଜିମା ଦେବା ରହସ୍ୟ କଣ ବୋଲି ଏବେ ଲୋକଙ୍କ ମନରେ ପ୍ରଶ୍ନ

 ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ 

ସୁନ୍ଦରଗଡ଼ ସହରର ପାରିଜାତ ପାର୍କ ସାମ୍ନାରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧର ହେବା ଘଟଣା ସହରରେ ଚର୍ଚାର ବିଷୟ ପାଲଟିଛି | ପୋଲିସ ଏ ମୃତ୍ୟର ଜାରଣ ଦୁର୍ଘଟଣା ବୋଲି କହୁଥିବା ବେଳେ  ଯୁବକଙ୍କୁ ପୋଲିସ ଧରି ନେବା  ଠାରୁ ପାରିଜାତ ପାର୍କ ସାମ୍ନାରୁ ତାଙ୍କ ଶବ ଜବତ ହେବା ଘଟଣାର କାହାଣୀରେ ଟିକେ ଲିଙ୍କ ଫେଲ ହେଲା ପରି ଲାଗୁଚି |   

ଆଜି ସାକାଳୁ ଯେଉଁ ଯୁବକଙ୍କ ଶବ ମିଳିଛି ତାଙ୍କ ନାମ ସୁବୋଧ ଦୀପ | ତାଙ୍କ ଘର ରତ୍ନପୁର ପଂଚାୟତର ଟାଙ୍ଗରମୁଣ୍ଡା ଅଂଚଳରେ | ସେ ତାଙ୍କ ଘରୁ ସୁନ୍ଦରଗଡ଼ ଟାଉନ ଆଡକୁ ଆସୁଥିବା ବେଳେ ପୋଲିସ ତାଙ୍କୁ ଧରି ଆଣିଥିଲା | ପୋଲିସ୍ର କହିବା ଅନୁଯାୟୀ ସୁବୋଧଙ୍କୁ ତାଙ୍କ ମାଉସୀ ପୁଅ ଭାଇ (ଯେ କି ସୁଦରଗଡ଼ ପୋଲିସ ଏସ୍ଡିପିଓଙ୍କ ଡ୍ରାଇଭର ଅଛନ୍ତି) ନିରଞ୍ଜନ  ଷଣ୍ଢଙ୍କ ଜିମା ଦେଇଥିଲା | ତାପରେ କଣ ହେଇଛି ଓ ସବା କେମିତି ପଡିଥିଲା ତାହା ପୋଲିସ ଜାଣି ପାରୁନାହିଁ | କୌଣସି ଦୁର୍ଘଟଣା ହୋଇଥାଇପାରେ ପୋଲିସ ଆଶଙ୍କା କରୁଛି | ହେଲେ ସୁବୋଧଙ୍କ ଭାଇ ନିରଞ୍ଜନ ଯଦି ସୁବୋଧଙ୍କ ଜିମା ନେଇଥିଲେ ତେବେ ସକାଳୁ ତାଙ୍କ ଶବ ମିଳିଲା କେମିତି | ନିରଞ୍ଜନଙ୍କ ଘରଠାରୁ ସୁବୋଧ କେମିତି ପାରିଜାତ ପାର୍କ ପର୍ଯ୍ୟନ୍ତ ଆସିଲେ | ଆଉ ଗୋଟେ କଥା, ନିରଞ୍ଜନଙ୍କ ଜିମା କାହିଁକି ପୋଲିସ ଦେଲା | ପୋଲିସ ଯଦି ତାଙ୍କୁ ଧରି ଆଣିଥିଲା ତେବେ ପୋଲିସ କାମ ସାରିବା ପରେ ସୁବୋଧକୁ ନେଇ ତା ଘରେ ନିରାପଦରେ ରାତିରେ ଛାଡିଲା ନାହିଁ କାହିଁକି, ଯାହାକି ସୁବଧାର ଘରଠାରୁ ୮/୯ କିମି ଦୂର |  ନଚେତ ରାତିଟା ହାଜତରେ ବା ଥାନାରେ ରଖି ତାକୁ ସକାଳୁ କାହିଁକି ଛାଡିଲା ନାହିଁ ?

ସବୁଠାରୁ ବଡ ସନ୍ଦେହ ହେଉଛି ସୁବୋଧଙ୍କ ଦେହରେ ଦୁର୍ଘଟଣାର ସାମାନ୍ୟତମ କ୍ଷତ ଆଭାସ ନାହିଁ | କେବଳ ମୁଣ୍ଡର ପଛ ପଟେ ମଦ ହୋଇ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି | ତେଣୁ ସୁବୋଧକୁ ପୋଲିସ ଧରି ଆଣିବା ଠାରୁ ପାରିଜାତ ପାର୍କ ସାମନାକୁ ତା ସବା ଆସିବା ପର୍ଯ୍ୟନ୍ତ ଘଟଣାର ନିରପେକ୍ଷ ତଦନ୍ତ ହେଲେ ଆଉ ପୋଷ୍ଟମର୍ଟମ ଠିକଣା ଢଙ୍ଗରେ କଲେ ସୁବୋଧଙ୍କ ମୃତ୍ୟୁ ରହସ୍ୟ ଖୋଲିଯିବ  ବୋଲି ସୁବୋଧଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି | 

Leave A Reply

Your email address will not be published.