ଦେଶର ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ଶିର୍ଷ ସଫଳତା, ସ୍ଥିରତା, ସ୍ଥାୟୀତ୍ୱ ଓ ଦାୟିତ୍ୱ କେବଳ ନବୀନ ପଟ୍ଟନାୟକ ସରକାରରେ ସମ୍ଭବ : ଅରୁଣ ସାହୁ :

0

ଓଡ଼ଗାଁରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ 

ଓଡ଼ଗାଁ, ୨୬।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ଏନଏସି ମହିଳା ସଭାପତି ବିଜୟାଲକ୍ଷ୍ମୀ ଆଚାରୀ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ଯୁବ ବିଜେଡି ସଭାପତି ପ୍ରଭାତ ଅଧିକାରୀ, ବିନାୟକ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ଦେଶରେ ସଫଳତାର ଶିର୍ଷରେ ବୋଲି ବିଧାୟକ ଡ଼ ସାହୁ କହିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ହୋଇପାରିଛି।ବିଶେଷ କରି ସ୍ଥିରତା, ସ୍ଥାୟୀତ୍ୱ ଓ ଦାୟିତ୍ୱ କେବଳ ନବୀନ ପଟ୍ଟନାୟକ ସରକାରରେ ସମ୍ଭବ । ପ୍ରତି ଗାଁକୁ କଂକ୍ରିଟ ରାସ୍ତା ଠାରୁ ଆରମ୍ଭ କରି ମମତା ଯୋଜନା, କ୍ରୀଡା, ୫ଟି ରୂପାନ୍ତରଣ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ରେକର୍ଡ ସୃଷ୍ଟି କରିଛି। ଠିକ ସେହିପରି ଓଡ଼ଗାଁରେ ବିକାଶ ଅବର୍ଣ୍ଣନୀୟ। ସ୍ୱପ୍ନ ଆଜି ବାସ୍ତବତାରେ ପରିଣତ ହେବା ସହ ବରକନ୍ୟା ଝରଣାର ଉନ୍ନତି ପାଇଁ ୪ କୋଟି ୪୨ଲକ୍ଷ, ବୁଢ଼ାବୁଢ଼ୀଆଣି ଡ୍ୟାମର ଉନ୍ନତି ପାଇଁ ୧ କୋଟି ୫୦ ଲକ୍ଷ ଅର୍ଥରାଶି ମଞ୍ଜୁର ହେବା ଓଡଗାଁରେ ବିକାଶର ମାନଚିତ୍ରକୁ ପ୍ରତିପାଦନ କରୁଛି। ଅନ୍ୟପକ୍ଷେ ଜାନୁଆରୀ ମାସରେ ପ୍ରତ୍ୟେକ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ।

ପରିଶେଷରେ ନବୀନ ପଟ୍ଟନାୟକଙ୍କୁ ଦୀର୍ଘତମ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ପରିଗଣିତ କରିବା ନିମନ୍ତେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସମାଜସେବୀ ବିଭୁପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.