ଯୁବତୀ ଙ୍କୁ ଛୁରୀ ମାଡ ଘଟଣା, ଧରାପଡିଲେ ଅଭିଯୁକ୍ତ ଯୁବକ।

0

ଉମରକୋଟ-ଉମରକୋଟ ପୋଲିସ କୁ ମିଳିଲା ସଫଳତା। ଗତ ୨୦-୧୧-୨୩ ତାରିଖ ଦିନ ନୃତ୍ୟ କଳାକାର ଙ୍କୁ ଘର ଭିତରେ ପଶି ଛୁରା ମାଡ଼ କରି ଚାଲିଯାଇଥିଲେ ପ୍ରେମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ । ଘଟଣା ପ୍ରକାରେ ଉମରକୋଟ ରେ ଚାଲିଥିବା କାଳୀ ପୂଜା ଉତ୍ସବରେ ନୃତ୍ୟ ପରିବେଷଣ କରିବାକୁ ପୁରୀ ରୁ ଜୟ ମାଁ କାଲୀ ନାମକ ଏକ ଦ୍ୟାନ୍ସ ଗ୍ରୁପ ଆସିଥିଲା । ସେମାନେ ଅନ୍ୟାନ ପୂଜା ରେ ନୃତ୍ୟ ସରିବ ପରେ ଉମରକୋଟ ସହର ରେ ରଜ୍ଵସ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପଛ ପଟେ ଏକ ଘରେ ରହୁଥିଲେ । ଏହି ସମୟ ରେ ଲିପ୍ସା ନାୟକ ଙ୍କ ପ୍ରେମିକ ରୋହିତ ସିଂ(୧୯) ପାଚେରୀ ଡେଇଁ ସେମାନେ ରହୁଥିବା ଘର ଭିତରେ ପଶି ଲିପ୍ସା କୁ ଛୁରା ମାଡ଼ କରି କୁଆଡେ ଫେରାର ହୋଇଯାଇଥିଲେ। ରୋହିତ ଲିପ୍ସା ଙ୍କ ବାମ ଜଙ୍ଗ,ଛାତି ଓ ବାମ ହାତରେ ଛୁରୀରେ ଆକ୍ରମଣ କରିଥିଲା। ତେବେ ରୋହିତ ର ଘର ବିହାର ଉଦବନ୍ତି ନଗର ପୋଲିସ ଥାନା ଅଧୀନ ମାଥାଡା ଗ୍ରାମର। ଦୁଇ ବର୍ଷ ପୂର୍ବରୁ ରୋହିତ ଲିପ୍ସା ଙ୍କୁ ଉତ୍ତର ପ୍ରଦେଶ ରେ ଏକ କାର୍ଯ୍ୟକ୍ରମ ରେ ଦେଖିଥିଲା। ସେବେଠାରୁ ରୋହିତ ଲିପ୍ସା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେବେଠାରୁ ଲିପ୍ସା କୁଆଡେ ଯାଆନ୍ତି ରୋହିତ ସେଠାକୁ ଯାଉଥାଏ । ଘଟଣା ଦିନ ମଧ୍ୟ ରୋହିତ ଉମରକୋଟ ଆସି ଏପରି କାଣ୍ଡ ଘଟାଇଥିଲେ । ଏ ସଂପର୍କ ରେ ଉମରକୋଟ ଥାନା ରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏକ ଟିମ ଗଠନ କରି ବିହାର ଯାଇ ଯୁବକ ଗିରଫ କରିଥିଲେ।ଏହି ଟିମରେ ଏସ ଆଇ ଅକ୍ଷୟ ମିଶ୍ର,ଏ ଏସ ଆଇ ସନ୍ତୋଷ ମାଝୀ, କନଷ୍ଟେବଳ ସନ୍ତୋଷ ଦାସ, ବଳରାମ ପ୍ରମୁଖ ଥିଲେ। ଆଜି ଅଭିଯୁକ୍ତଙ୍କୁ କୋର୍ଟ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.