ରାଜକୀୟ ପରମ୍ପରା ଖଣ୍ଡ। ଧୁଆ ସହ ପଦ୍ମପୁର ରାଜବଟି ରେ ଆରମ୍ଭ ହେଲା ଦୁର୍ଗା ପୂଜା ।

0

ପଦ୍ମପୁର/ନିଲ ଦୀପ – ରଜକୀୟ ପରମ୍ପରା ଓ ରୀତିନୀତି ଅନୁସାରେ ଖଣ୍ଡା ଧୁଆ ସହ ପଦ୍ମପୁର ରାଜବାଟିରେ ଆରମ୍ଭ ହେଲା ଦୁର୍ଗାପୂଜା। ବହୁ ପୁରାତନ କାଳରୁ ପଦ୍ମପୁର ରାଜବାଟିରେ ହୋଇ ଆସୁଥିବା ଏହି ପୂଜା ବହୁ ଆଡମ୍ବରରେ ପାଳିତ ହୋଇଥାଏ। 

     ଖଣ୍ଡ ଧୁଆ ଓ ବିଲ୍ଵବ ବରଣ ସହ ପଦ୍ମପୁର ରାଜବାଟିରେ ଆରମ୍ଭ ହୋଇଛି ଦୁର୍ଗାପୂଜା। ରାଯା ରାଜୁଡା ଶାସନ କାଳରେ ବ୍ୟବହୃତ ହେଉଥିବା ଅସ୍ତ୍ର ଶସ୍ତ୍ର  ସବୁ କୁ ପାରମ୍ପରିକ ରୀତିନୀତିରେ ବାହାର କରି ନଗର ପରିକ୍ରମା କରାଯାଇ ପଦ୍ମପୁର ସ୍ଥିତ ରାଜଘାଟଠାରେ ପରମ୍ପରା ଗତ ପୂଜା ବିଧି ସମ୍ପର୍ଣ୍ଣ କରି ଖଣ୍ଡା ଗୁଡିକୁ ଧୁଆ ଯାଇ ଥାଏ। ପରେ ପୁନଃ ରାଜଉଆସ କୁ ଫେରି ଅସ୍ତ୍ର ଶସ୍ତ୍ର ମାନଙ୍କୁ ପୂଜା କୋଠରୀରେ ସ୍ଥାପନ କରିବା ସହ ରାଜାଙ୍କ ପାଟ ଖଣ୍ଡାକୁ ପୂଜା ମଣ୍ଡପରେ ସ୍ଥାପନ କର ଯାଇ ଥାଏ।  ଏହି ଖଣ୍ଡ ଧୁଆ ଦିବସର ପଦ୍ମପୁର ରେ ଆହୁରି ଏକ ବିଶେଷତ୍ୱ ରହିଛି। ବର୍ଷ ସାରା ଜନସାଧାରଣ ଙ୍କ ପାଇଁ ବନ୍ଦ ରହୁଥିବା ରଜ ଉଆସ ଏହି ଦିନ ଜନସାଧାରଣ ଙ୍କ ପାଇଁ ଖୋଲା ଯାଏ। ରାଜା ଙ୍କ ସଷ୍ଟ୍ର ଗରଠୁ ବେଇ ରାଜା ଉଆସ ର ପ୍ରତ୍ୟେକ ଜାଗା ବୁଲି ଦେଖିବା ପାଇଁ ଜନସାଧାରଣ ଙ୍କୁ ଆନୁମାଟି ମିଳି ଥାଏ। ରଜକୀୟ ଢଙ୍ଗ ଓ ପାରମ୍ପରିକ ରୀତିରେ ହେଇ ଆସୁଥିବା ଏହି ପୂଜା ଜନସାଧାରଣ ଙ୍କୁ ଯେତିକି ଆକର୍ଷଣ କରିଥାଏ ସେତିକି ହି ଅଲୌକିକ ମହତ୍ଵ ବହନ କରି ଥାଏ। ଏହି ଭବ୍ୟ ସମାରୋହ ର ସାକ୍ଷୀ ହେବ ପାଇଁ 14 କୋସ ବୋଡାସମ୍ବର ଅଂଚଳର ଲୋକେ ଜମା ହୋଇଥାନ୍ତି ପଦ୍ମପୁରରେ।

 

Leave A Reply

Your email address will not be published.