ବିଧାୟକଙ୍କ ଦ୍ୱାରା ନୂତନ ଭତ୍ତା  ଓ ରାସନକାର୍ଡ ବଂଟନ

0

ଓଡ଼ଗାଁ(ଶାସକ ପ୍ରଶାସକ): ମଙ୍ଗଳବାର ଦିନ ଅପରାହ୍ନରେ ସ୍ଥାନୀୟ ସରକାରୀ କଲ୍ୟାଣୀମଣ୍ଡପ ପରିସରରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ଓଡଗାଁ ବ୍ଲକ ଏବଂ ଏନଏସିର ହିତାଧିକାରୀ ମାନଙ୍କୁ ନୂତନ ଭତା ଓ ରାସନକାର୍ଡ ବଂଟନ କରିଥିଲେ । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୮ ଅନ୍ତର୍ଗତ ନୟାଗଡ ବିଧାନ ମଣ୍ଡଳର ଓଡଗାଁ ବ୍ଲକ ଅନ୍ତର୍ଭୁକ୍ତ ୧୮ଗୋଟି ପଂଚାୟତର ୭୧୨ଜଣ ଏବଂ ଓଡଗାଁ ଏନଏସିର ୮୮ଜଣଙ୍କୁ ନୂତନ ରାସନକାର୍ଡ ପ୍ରଦାନ କରାଯାଇଥିଲା । ଏଥି ସହିତ ୮୯୪ଜଣଙ୍କୁ ନୂତନ ଭତ୍ତା  ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂପ୍ରସାଦ ସାହୁ, ବିଡିଓ ମନୋଜ ପାତ୍ର ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ହିତାଧିକାରୀମାନଙ୍କୁ ନୂତନ ଭତା ଓ ରାସନକାର୍ଡ ବଂଟନ କରିବା ସହିତ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଏହି ଅବସରରେ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.