ବରଗଡ଼ :- ପ୍ରତ୍ୟେଜ ଦିନ ସକାଳୁ ପ୍ରାୟ ପାଞ୍ଚ ଘଣ୍ଟା ସମୟରେ ପ୍ରାତଃ ଭ୍ରମଣ କରିବା ଅଭ୍ୟାସ ମୁତାବକ ଆଜି ମଧ୍ୟ ସକାଳୁ ପାଇକମାଲ ର ବିଶିଷ୍ଟ ବ୍ୟବସାୟୀ ଶ୍ରୀ ହରିରାମ ଅଗ୍ରୱାଲ ପ୍ରାତଃ ଭ୍ରମଣ ରେ ବାହାରିଥିଲେ । ଠିକ ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଏକ ଅଜଣା ଗାଡି ତାଙ୍କୁ ପଛ ପଟରୁ ଧକ୍କା ମାରିଥିଲା । ହରିବାବୁ ଙ୍କର ସହିତ ଭ୍ରମଣ ରେ ଯାଇଥିବା ଓ ଏହି ଦୁର୍ଘଟଣା ର ଖବର ପାଇ କିଛି ଲୋକ ଘଟଣା ସ୍ଥଳକୁ ପହଁଚିବା ପରେ ସମସ୍ତେ ମିଶି ତାଙ୍କୁ ପାଇକମାଲ ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଜଣେ ମିଷ୍ଟଭାସି ପରୋପକାରୀ , ହୃଦୟବାନ ବ୍ୟକ୍ତି ହରିଆ ବାବୁ ନାମରେ ବିଖ୍ୟାତ ହରିରାମ ଅଗ୍ରୱାଲ ଙ୍କର ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ପାଇକମାଲ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇ ଥିବା ଗାଡ଼ି କୁ ସିସିଟିଭି ମାଧ୍ୟମ ରେ ଟ୍ରେସ କରିବାର ପ୍ରୟାସ ଜାରି ରଖିଛି । ଅନ୍ୟପଟେ ମୃତ ହରିଆ ବାବୁ ଙ୍କର ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠେଇ ପାଇକମାଲ ଥାନାରେ କେଶ ନମ୍ବର 265 / 23 ରୁଜୁ କରାଯାଇ ସବିନ୍ସପେକ୍ଟର ବିମଲ ଲାକ୍ରା ଙ୍କୁ ତଦନ୍ତ ଦାଇତ୍ୱ ଦିଆ ଯାଇଛି ।
Sign in
Sign in
Recover your password.
A password will be e-mailed to you.