ଖୋର୍ଦ୍ଧା: 14/11 ସେକ ଜାଫର: ଖୋର୍ଦ୍ଧା: ଖୋର୍ଦ୍ଧା ବିଡ଼ିଏ କଲୋନୀ ରେ ଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନ ର ଏକାଡେମିକ ଡିନ ବନଦୁର୍ଗା ଶାହା ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିଶୁ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍କୁଲ ର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଯୋଗ ଦେଇଥିଲେ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସର ରେ ମୁଖ୍ୟ ଅତିଥି ଶ୍ରୀ ସାମନ୍ତରାୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଆଜିର ଶିଶୁ ମାନଙ୍କ ଉପରେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଆଧୁନିକ ଭାରତ ବର୍ଷ ର ବିକାଶ ନିର୍ଭର ଶିଳ। ତେଣୁ ଶିଶୁ ମାନେ ଜଣେ ସୁ ନାଗରିକ ହେବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମବେତ ଶିଶୁ ବନ୍ଦନା ଗାନ କରି ପୁଷ୍ପ, ଚନ୍ଦନ ଦେଇ ବନ୍ଦାପନା କରିଥିଲେ, ଫଳରେ ପିଲାମାନଙ୍କ ପ୍ରତି ଶିକ୍ଷକ ମାନଙ୍କ ସ୍ନେହ ଆଦର ସୃଷ୍ଟି ହୋଇଥିଲା। ଅନେଶ୍ୱାତା ପଟ୍ଟନାୟକ ଏବଂ ଲିମନ୍ ବଡ଼ଜେନା ଙ୍କ ସଂଯୋଜନାରେ କୁନି କୁନି ପିଲାମାନେ ଫ୍ୟାନ୍ସି ଡ୍ରେସ ପିନ୍ଧି ଅଭିନୟ କରିଥିଲେ। ଶିଶୁ ଦିବସ ଉପଲକ୍ଷେ ପୋଷ୍ଟର୍ ମେକିଙ୍ଗ, ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, ଏକକ ଅଭିନୟ, ରାଇମ୍ସ, ମେହେନ୍ଦି, ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟ ରେ ଶ୍ରେଷ୍ଠ ବିବେଚିତ ଛାତ୍ର ଛାତ୍ରୀ ଭାବେ ଶ୍ରିତିକା ମହାନ୍ତି, ସିବଂସ୍ ତ୍ରିପାଠୀ, ଆରିସ ଖାଁ, ମିହିର ରଞ୍ଜନ ସାହୁ, ସୁଧାଂଶୁ ବିଶ୍ୱାଳ, ପଦ୍ମିନୀ ଜେନା, ଶୁଭଲକ୍ଷ୍ମୀ ସାହୁ, ଏନ୍ ଅମିୟ ଡୋରା, ରୀୟନ୍ସି ଦାସ, ପ୍ରମୁଖ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ଠାରୁ ମାନପତ୍ର ଏବଂ ପୁରସ୍କାର ଗ୍ରହଣ କରିଥିଲେ। ଉତ୍ସବ କୁ ସୁମିତା ତ୍ରିପାଠୀ, ତୁଷାର କାନ୍ତ ମହାନ୍ତି, ବସନ୍ତ କୁମାର ଖୁଣ୍ଟିଆ, ବିରଞ୍ଚି ନାରାୟଣ ପଣ୍ଡା, ରଶ୍ମି ରଞ୍ଜନ ବାରିକ, ମାନସ ରଞ୍ଜନ ମହାପାତ୍ର, ବର୍ଣାଳୀ ମାଜୀ, ଶୁଭଦର୍ଶିନୀ ଦାସ, ଦୀପ୍ତି ରଞ୍ଜନ ରଣା ପ୍ରମୁଖ ପରିଚାଳନା କରିଥିଲେ। ସ୍କୁଲ ର ଅଭିଭାବକ ବୃନ୍ଦ ଙ୍କ ଦ୍ଵାରା ସ୍ୱାଦିଷ୍ଟ, ହାଇଜେନିକ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.