ଭଞ୍ଜନଗର /ଉଦୟନାଥ ପଣ୍ଡା : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର ଦଳୀୟ କର୍ମୀ ଓ ଛାମୁଆ ନେତାଙ୍କ ପାଇଁ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜଗନ୍ନାଥ ପ୍ରସାଦ ବ୍ଲକ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମହୋଦୟ ଯୋଗଦାନ କରି ଜଗନ୍ନାଥ ପ୍ରସାଦ ବ୍ଲକ ର ୨୫ ଟି ପଞ୍ଚାୟତ ଶତାଧିକ ଛାମୁଆ ନେତା ଙ୍କୁ ,ସଂଗଠନର ଦଳୀୟ କର୍ମୀମାନଙ୍କୁ ମାନ୍ୟବର ମନ୍ତ୍ରୀ ଦଳକୁ ତୃଣମୂଳସ୍ତରରେ ଆହୁରି କିପରି ମଜବୁତ୍ କରିବା ସହ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଲୋକାଭିମୁଖୀ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିରୋଧୀ ଙ୍କ ଅପପ୍ରଚାର କିପରି ରୋକିବା ସେ ବିଷୟରେ ଦଳୀୟ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ଏକ ଆଞ୍ଚଳିକ ଦଳ ଏବଂ ଓଡିଶାର ବିକାଶ ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ସମର୍ପିତ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ବିଗତ ୨୩ ବର୍ଷ ମଧ୍ୟରେ ରାଜ୍ୟର ସବୁକ୍ଷେତ୍ରରେ ନିରନ୍ତର ବିକାଶ ଏବଂ ଓଡିଶାର ଗରିବ ଗୁରୁବାଙ୍କ କଲ୍ୟାଣ ଲାଗି ବହୁ ଅଭିନବ ଯୋଜନା ପ୍ରଣୟନ କରି ସେଗୁଡିକର ସଫଳ ରୂପାୟନ ମଧ୍ୟ କରିବା ଦିଗରେ ନୀରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି । ଓଡିଶାକୁ ଦେଶରେ ଏକ ଅଗ୍ରଗଣ୍ୟ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ । ୫ଟି ବିଭାଗ ଦ୍ବାରା ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତିକରଣ, ରାଜ୍ୟର ଐତିହ୍ୟ ଓ ପ୍ରାଚୀନ କିର୍ତ୍ତୀରାଜିର ସୁରକ୍ଷା ଓ ଉନ୍ନତି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହୋଇଛି । କୃଷିକ୍ଷେତ୍ରରେ ରାଜ୍ୟକୁ ସ୍ବାବଲମ୍ବୀ କରିବା ଏବଂ କୃଷି ଉତ୍ପାଦନ ବୃଦ୍ଧି ସହିତ ରାଜ୍ୟର କୃଷକଙ୍କ ବିକାଶ ପାଇଁ ସରକାର ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୩ ମସିହାରେ କୃଷି ବଜେଟ ୭ହଜାର କୋଟିରୁ ବଢି ୨୦୨୩ସୁଦ୍ଧା ୨୪ହଜାର କୋଟିରେ ପହଞ୍ଚିଛି ।
ଭଂଜନଗର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପ୍ରତି ଗ୍ରାମ ଏବଂ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଜଗନ୍ନାଥ ପ୍ରସାଦ ସହର ରେ ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ସହ ୫ ଟି ବିଭାଗ ଦ୍ବାରା ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ କରାଯାଇଛି ଗୋଛାବାଡି ଧବେଶ୍ୱର ମନ୍ଦିର ରୂପାନ୍ତିକରଣ,ପରି ଜଗନ୍ନାଥ ପ୍ରସାଦ ଅଞ୍ଚଳର ସମସ୍ତ ପୁରାତନ ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
Sign in
Sign in
Recover your password.
A password will be e-mailed to you.