“ଆଧୁନିକ ଭାରତର ନିର୍ମାତା : ପଣ୍ଡିତ ଜବାହରଲାଲ ନେହେରୁ”

8


ଜଗତସିଂହପୁର ତା. ୧୪.୧୧ ( ) ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶାଗଡସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ହାପି ମାଇଣ୍ଡ ପ୍ଲେ ସ୍କୁଲର ମିଳିତ ଆନୁକୁଲ୍ୟରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ ତମ ଜୟନ୍ତୀ ଓ ଶିଶୁ ଦିବସ ପାଳିତ ହୋଇଯାଇଛି I ଶିକ୍ଷାବିତ୍ ତଥା ପାଠାଗାରର ସଭାପତି ବିଜୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବଂଶୀଧର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ, ସମ୍ମାନନୀୟ ଅତିଥି ଭାବେ ଶିକ୍ଷାବିତ୍ ରାମ ଚନ୍ଦ୍ର ଆଚାର୍ଯ୍ୟ ଏବଂ ସତ୍ୟବାଦୀ ଦାସ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁ ଆଧୁନିକ ଭାରତର ନିର୍ମାତା ବୋଲି କହିବା ସହିତ ତାଙ୍କର ଜୀବନୀ, ନୀତି ଆଦର୍ଶ, ସାହିତ୍ୟକୃତି, ପ୍ରଧାନମନ୍ତ୍ରୀ ହିସାବରେ କାର୍ଯ୍ୟବଳୀ ,ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଓ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ I ପ୍ରାରମ୍ଭରେ ପଣ୍ଡିତ ନେହେରୁଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରାଯାଇଥିଲା I ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଇଂରାଜୀ ବକ୍ତୃତା, ଗୀତ , ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା I ଏହି ସଭାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏଲିନା ମଞ୍ଜରୀ ଜେନା, ଶିକ୍ଷୟିତ୍ରୀ ଅଲିଭା ମାହାନା, ପ୍ରଭାତୀ ପାତ୍ର , ଅଭିଭାବକ,ଶ୍ରୁତକିର୍ତ୍ତୀ ମିଶ୍ର, ପ୍ରତାପ କୁମାର ରାଉତରାୟ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ I ଶେଷରେ ଅଜୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.