ଅଣ ଓଡ଼ିଆ ସଂସ୍ଥାର ଦୃର୍ନୀତିକୁ ନେଇ ଭଞ୍ଜନଗରରେ ବିଜେପିର ବିକ୍ଷୋଭ।

0

ଭଞ୍ଜନଗର/ଉଦୟନାଥ ପଣ୍ଡା: ଘୁମୁସର ସାଂଗଠନିକ ଜିଲ୍ଲା ଭାରତୀୟ ଜନତା ଦଳ ଯୁବ ମୋର୍ଚ୍ଚା ପକ୍ଷରୁ ଭଞ୍ଜନଗର ସବ୍ କଲେକ୍ଟର ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏଥି ସକାଶେ ଦୀପକ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ୍, ବରିଷ୍ଟ ନେତ୍ରୀ ଅନୀତା ଶୁଭ ଦର୍ଶିନୀ, ଅରୁଣ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲା ଉପସଭାପତି ଶ୍ରୀ ଅଯୋଧ୍ୟା ନାଥ ମହାପାତ୍ର, ଶ୍ରୀ ବିଧାୟକ ତ୍ରିପାଠୀ ଓ ଶିଶିର ମିଶ୍ର ଙ୍କ ସମେତ ଵହୁ ନେତା ଓ କର୍ମୀ ସାମିଲ୍ ହୋଇଥିଲେ। ଏହି ସମସ୍ତ ନେତା କର୍ମୀ ମାନଙ୍କୁ ନେଇ ଏକ ବିରାଟ ରାଲି ଭଞ୍ଜନଗର ସହରର ବାଉଁଶ ଲୁଣ୍ଡି ଠାରୁ ବାହାରି ସଂପୂର୍ଣ୍ଣ ସହର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ ଅଫିସ ନିକଟରେ ପହଞ୍ଚିଥିଲେ। ଏବଂ ସମସ୍ତ କର୍ମୀ ଓ ନେତା ମାନଙ୍କ ଉପସ୍ଥିତି ରେ, ଓଡ଼ିଶା ରାଜ୍ୟ ପାଳଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ସ୍ମାରକପତ୍ର ଦିଆଯିବା ର କାରଣ, ଜାତି, ଉପଜାତି, ପଛୁଆ ବର୍ଗ, ଦିବ୍ୟାଗଂ ଓ ଅଣ କୁଶଳୀ ଯୁବକ ଙ୍କ ଦକ୍ଷତା ବିକାଶ ପାଇଁ ପୋଷ୍ଟ୍ ମ୍ୟାଟ୍ରିକ ସ୍କଲାରସିପ୍ ଓ ମେଧାବୃତ୍ତି ନାମରେ ଭୁତ ଛାତ୍ରଛାତ୍ରୀ ଙ୍କ ନାମତାଲୀକା ପ୍ରସ୍ତୁତକରି ମେଧାବୃତ୍ତି ହରିଲୁଟ୍ କରାଯାଉଛି। ବାଲେଶ୍ଵର ଓ ମୟୂରଭଞ୍ଜ ରେ ୨ ଟି ଅଣଓଡ଼ିଆ ସଂସ୍ଥା ଦ୍ଵାରା ଏହି ମହା ଦୁର୍ନୀତି ହୋଇଥିବାର ଏଥିରେ ଦର୍ଶାଯାଇଛି। ଏବଂ ଏହା ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘୁମୁସର ସାଂଗଠନିକ ଜିଲ୍ଲା ବି.ଜେ.ପି ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଛି।

Leave A Reply

Your email address will not be published.