ମାଁ ବସ୍ତ୍ରୟାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ହଳଦୀ ଚମ୍ପିୟାନ 

0

ନୂଆପଡ଼ା/ ପ୍ରିୟବ୍ରତ ପଣ୍ଡା  -ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ୍ ଅନ୍ତର୍ଗତ ଖାସ ବାହାଲ ପଂଚାୟତର ବଙ୍କାପୁର ସ୍ଥିତ  ସ୍ଵର୍ଗତ ବୈରାଗୀ ବେହେରା ଫୁଟବଲ ପଡିଆ ଠାରେ ଅନୁଷ୍ଠିତ ମାଁ ବସ୍ତ୍ରୟାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ଖେଳ ହଳଦୀ ଏବଂ ବୋର୍ଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ହଳଦୀ ଦଳ ବିଜୟ ଲାଭ କରିଥିଲା। ଏହି ଉଦ୍ଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅଧିରାଜ ପାଣିଗ୍ରାହୀ ଯୋଗଦାନ କରି ଖେଳାଳିମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଖଡ଼ିଆଳ ୱାର୍ଲଡ ଭିଜନ ର ପ୍ରୋଗ୍ରାମ ଅଫିସର ସୁକାନ୍ତ ନାଏକ, ଖଡ଼ିଆଳ ବିଧାନସଭା ଯୁବ କଂଗ୍ରେସ ସଭାପତି ହିରାଧର ମେହେର, ପୂର୍ବତନ ସରପଞ୍ଚ ଯୁବରାଜ ବେହେରା ମଳୟ ନାଏକ ଏବଂ ସମିତି ସଭ୍ୟ ସୁବାସ ବିନ୍ଧିଛୋର ପ୍ରମୁଖ ଯୋଗ ଦେଇଥିଲେ। ବିଜୟୀ ହଳଦୀ ଦଳ ମୁଖ୍ୟ ଅତିଥିଙ୍କ ଠାରୁ ନଅ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଥିଲେ। ତତ୍ ସହିତ ରନର୍ସ ଅଫ୍ ଦଳ ବୋର୍ଡା ଦଳକୁ ଛଅ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା। ଏହି ଅବସରରେ ବିଶିଷ୍ଟ କ୍ରୀଡ଼ା ପରିଚାଳକ ସଞ୍ଜୟ ଖମାରି, ପ୍ୟାରୀମୋହନ ବେହେରା ଏବଂ ପ୍ରଦୀପ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମା ବସ୍ତ୍ରୟାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ସଭାପତି ଶ୍ରୀ  କୁନାଲ ଚରଣ ବେହେରା ,କୁନୁ ଚରଣ ବେହେରା ବିଷ୍ଣୁ ଚରଣ ବେହେରା,ଗୁଣବନ୍ତ ବେହେରା ଏବଂ ଅରବିନ୍ଦ ବେହେରା ସହଯୋଗ କରି ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିଲେ ।

Leave A Reply

Your email address will not be published.