ଏଥର ଲଢେଇ ଜୋର ହବ ମିଡ଼ିଆରେ, ବିଜେଡି ଜାରି କଲା ୧୪ ଜଣିଆ ମୁଖପାତ୍ର ତାଲିକା

0

ମୁଖପାତ୍ର ଭାବେ ମଇଦାନକୁ ଓହ୍ଲାଇଲେ ପ୍ରସନ୍ନ, ଅତନୁ, ଅରୁଣ, ପୁଷ୍ପେନ୍ଦ୍ର, ଅମର

ଭୁବନେଶ୍ୱର : ଖୋଲା କଥା କହିଲେ ବିଜେଡିରେ କୁହାଳିଆ ନେତାଙ୍କ ଅଭାବ ଥିଲା | ଅଭାବ ଥିଲା ମାନେ ଯେ ଦଳରେ ନଥିଲେ ତା ନୁହେଁ, ଦଳରେ ଏକୁ ଆରେକ କୁହାଳିଆ ନେତା ଥିଲେ | ହେଲେ ଟିଭି ଆଉ ଖବରକାଗଜରେ ବିଧିବଦ୍ଧ ଭାବେ କାହାକୁ ଦାୟିତ୍ୱ ଦିଆଯାଆଇନଥିଲା କହିବା ପାଇଁ ରାଜ୍ୟସ୍ତରରେ ଦଳ ପକ୍ଷରୁ | ହଁ ଯିଏ ଯାହା ଅଂଚଳରେ ଯିଏ ସ୍ଥାନୀୟ ପ୍ରସଙ୍ଗ ଉପରେ କହୁଥିଲେ | ହେଲେ ଟିଭି ପରଦାରେ ଦଳକୁ ପ୍ରସଙ୍ଗ ୱାରୀ ଡିଫେଣ୍ଡ କରିବା ପାଇଁ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇନଥିଲା | ଟିଭିରେ ବିଜେପି ନେତା ଓ ମୁଖପାତ୍ରମାନଙ୍କ ଜୋରଦାର ଘୋ ଆଗରେ ବିଜେଡି ନେତାଙ୍କ ପ୍ରେଜେଣ୍ଟେସନ କେଉଁଠି ନା କେଉଁଠି ବ୍ୟବସ୍ଥିତ ନଥିଲା | ତେଣୁ ଏବେ ବିଳମ୍ବରେ ହେଲେ ବି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ମଜଭୁତିଆ ଟିମ ପଦାକୁ ଛାଡିଛନ୍ତି ଟିଭି ଆଉ ଗଣମାଧ୍ୟମ ପାଇଁ | ଆଜି ଘୋଷଣା କରିଛନ୍ତି ୧୪ ଜଣିଆ ମୁଖପାତ୍ର ତାଲିକା | ମୁଖପାତ୍ର ଭାବେ ଉତ୍ତାରିଛନ୍ତି ବରିଷ୍ଠ ନେତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଂସଦ ପ୍ରତାପ କେଶରୀ ଦେବ, ପ୍ରଶାନ୍ତ ନନ୍ଦ, ବିଧାୟକ ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଡକ୍ଟର ଅରୁଣ କୁମାର ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ, ସମୀର ରଞ୍ଜନ ଦାଶଙ୍କ ସମେତ ରବି ନାରାୟଣ ନନ୍ଦ, ଡକ୍ଟର ସସ୍ମିତ ପାତ୍ର, ଶ୍ରୀମତୀ ସୁଲୋଚନା ଦାଶ ଓ ଡାକ୍ତର ଦେବାଶିଷ ମାରାଣ୍ଡି । ସିଏଜି ରିପୋର୍ଟ ଉପରେ ବିଜେପି କରୁଥିବା ବା କରିବାକୁ ଥିବା ଆକ୍ରମଣକୁ ମୁକାବିଲା କରିବା ପାଇଁ ପୂର୍ବତନ ପ୍ରମୁଖ ଏଜି ଡକ୍ଟର ଅମର ପଟ୍ଟନାୟକଙ୍କୁ ମଧ୍ୟ ମୁଖପାତ୍ର  ନିଯୁକ୍ତି ଦେଇଛନ୍ତି | ମୁଖପାତ୍ରଙ୍କ ନିଯୁକ୍ତି ସମ୍ପର୍କରେ ରାଜ୍ୟ ବିଜେଡ଼ି ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.