ପାଣ୍ଡ୍ରିପାଣି ଜିଲ୍ଲା ପରିଷଦ ଜୋନ୍ ସ୍ତରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

10

ମାଲକାନଗିରି (୨୪/୧୦/୨୬)ସୁରେନ୍ଦ୍ର କୁମାର ବେମାଳ:-ମାଲକାନଗିରି ବିଜୁ ଜନତା ଦଳର ମାଲକାନଗିରି ବ୍ଲକ ପାଣ୍ଡ୍ରିପାଣି ଜିଲ୍ଲା ପରିଷଦ ଜୋନ୍ ସ୍ତରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମାଲକାନଗିରି ବ୍ଲକ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ସର୍ବ କୁମାର ବିଶୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡିରପାଣ୍ଡ୍ରି ପାଣି ଜୋନ୍ ର ବରିଷ୍ଠ ବିଜେଡି ନେତା ତଥା ସମିତି ସଭ୍ୟ ସହଦେଵ ମୁଦୁଲି ,ବରିଷ୍ଠ ନେତା ତଥା ସମିତି ସଭ୍ୟ ସୁନ୍ଦର ରାଏ ସେଡା ,ବିଜେଡି ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ପ୍ରଶାନ୍ତି ଲତା ବିଶୋଇ , ବରିଷ୍ଠ ନେତା ପିତମ ଗୋଟେ ,ରାବଣା ଖିଲ ,ଅନନ୍ତ ଗଲରି ,ମାଧବ ବଡ ନାୟକ ପ୍ରମୁଖ ଙ୍କ ସହ ସମସ୍ତ ବରିଷ୍ଠ ବିଜେଡି ନେତା, ପୂର୍ବତ୍ତନ ଜିଲ୍ଲା ପରିଷଦ ସଦସ୍ୟା , ସରପଞ୍ଚ, ସମିତି ସଭ୍ୟ ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ।

ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପ୍ରତି ପଞ୍ଚାୟତ ଏବଂ ଗାଁ କୁ ଯାଇ ରାଜ୍ୟ ବିଜେପି ସରକାରଙ୍କ ବିଫଳତା ଏବଂ ବିଜୁ ଜନତା ଦଳର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଜନ ସମ୍ପର୍କ ପଦଯାତ୍ରାକୁ ଘରେ ଘରେ ପହଞ୍ଚାଇବା ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବେ ବୋଲି ଆହ୍ୱାନ ଦିଆଯାଇଛି।

Leave A Reply

Your email address will not be published.