ତୈଲିକ ବୈଶ୍ୟ ସମାଜ, ଶାାନ୍ତିନଗର ପଦ୍ମପୁରର ନୂଆଁଖାଇ ଭେଟଘାଟ 

0

ପଦ୍ମପୁର/ନୀଳଦୀପ  – ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ନୂଆଁଖାଇ ଭେଟ୍ଘାଟ୍ ସ୍ଥାନୀୟ ଶାନ୍ତି ନଗର ପଦ୍ମପୁର ଠାରେ ତୈଲିକ ବୈଶ୍ୟ ସମାଜ ତରଫରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ପ୍ରାୟ ୧୧୦ ଜଣରୁ ଅଧିକ ସାମିଲ ହୋଇଥିଲେ । ସମସ୍ତେ ପାରମ୍ପରିକ ରୀତିରେ ତୈଲିକ ବୈଶ୍ୟ ସମାଜର ଆରାଧ୍ୟ ଦେବ ଶିବଙ୍କଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭିକ ଉତ୍ସବରେ ଶ୍ରୀ ବଳରାମ ସାହୁ ମଂଚ ପରିଚାଳନା କରିଥିବା ବେଳେ ସଭାପତି ଶ୍ରୀ ବିରଂଚି ନାରାୟଣ ସାହୁ ସଭାର ଉଦ୍ଦେଶ୍ୟ  ଜ୍ଞାପନ କରିଥିଲେ । ସଂପାଦକ ଶ୍ରୀ ବୈକୁଣ୍ଠ ସାହୁ ଏହି ସଭାର ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ଶ୍ରୀ ସୁରେଶ ସାହୁ କିଭଳି ଏକ ବୈଶ୍ୟ ମାନଙ୍କର ସୁସଂପର୍କ ସ୍ଥାପତି ହେବ ଏବଂ ଶ୍ରୀ ଧରମ ସାହୁ ଏହାକୁ ଆହୁରି ସୁଦୃଢ଼ କରିପାରିବା ସେ ସଂପର୍କରେ ମାର୍ଗ ଦର୍ଶନ ଦେଇଥିଲେ । ପରିଶେଷରେ ଶ୍ରୀ ଉମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ । 

Leave A Reply

Your email address will not be published.