ପଞ୍ଚାୟତର ବିକାଶ କାର୍ଯ୍ୟକ୍ରମରେ ମହିଳା ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକା ଓ କର୍ତ୍ତବ୍ୟ :  ଜିଲ୍ଲା ସ୍ତରୀୟ ଗଣମାଧ୍ୟମ କର୍ମଶାଳା

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ମହିଳା ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଏବଂ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସ୍ତରୀୟ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ଭାବ ଆଦାନ ପ୍ରଦାନ କର୍ମଶାଳା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମହିଳା ବିକାଶ ପ୍ରତିଷ୍ଠାନ ପକ୍ଷରୁ ହଙ୍ଗର ପ୍ରଜେକ୍‍ଟ ଇଣ୍ଡିଆର ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।  ମହିଳା ବିକାଶ ପ୍ରତିଷ୍ଠାନର ମୁଖ୍ୟ ତଥା ସମ୍ପାଦିକା ମୀନତୀ ପାଢୀଙ୍କ ସଭାପତିତ୍ୱରେ ପ୍ରତିଷ୍ଠାନ ମହିଳା ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ଏହି କର୍ମଶାଳା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଦ୍ୱିଜେନ ପାଢୀ ଏବଂ ବରିଷ୍ଠ ସାମ୍ୱାଦିକ ଗରୁଡଧ୍ୱଜ ଚୌଧୁରୀ,ରାୟଗଡା ଅଲିଭା ମହାସଂଘର ସଭାମୁଖ୍ୟା ତଥା ସରପଞ୍ଚ ପ୍ରତିମା ବିଶ୍ୱାଳ, ରା.ଉଦୟଗିରି ବ୍ଲକ ଅଲିଭା ମହାସଂଘର ଉପସଭା ମୁଖ୍ୟା ତଥା ନା:ସରପଞ୍ଚ ଅଭାଗିନୀ ମାଳୀ ଏବଂ କାର୍ଯ୍ୟକ୍ରମର ସଂଯୋଜକ ନଟବର ପାଢୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ମହିଳା ନିର୍ବାଚିତ ପ୍ରତିନିଧି ମାନଙ୍କ ପଞ୍ଚାୟତ ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କ ଭୁମିକା ଓ କର୍ତ୍ତବ୍ୟ କିଭଳି ହେବା ଦରକାର ସେ ସମ୍ପର୍କରେ ବିସ୍ତୁତ ଭାବେ ବୁଝାଇଥିଲେ । ନିର୍ବାଚିତ ମହିଳା ପ୍ରତିନିଧିମାନେ ସେମାନଙ୍କ ନେତୃତ୍ୱର ବିକାଶ କିଭଳି ନେବାକୁ ହେବ ,ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସେମାନେ କିଭଳି ଆଗଭର ହୋଇ ଅଂଶ ଗ୍ରହଣ କରିବେ ବୋଲି କହିଥିଲେ । ଅନ୍ୟପକ୍ଷରେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକ୍ରମ କ୍ଷେତ୍ରରେ ନିଷ୍ପତି ନେବା  ପ୍ରକ୍ରିୟାରେ ନିର୍ବାଚିତ ମହିଳା ପ୍ରତିନିଧି ମାନେ ସାମିଲ ହୋଇପାରିଲେ ଅଞ୍ଚଳର ବିକାଶ ହୋଇପାରିବ ଏବଂ ନିଜର କ୍ଷମତାକୁ ଅଞ୍ଚଳବାସୀଙ୍କ ବିକାଶରେ ଉପଯୋଗ କରି ମହିଳା ସଂରକ୍ଷଣ ବ୍ୟବସ୍ଥାର ମୂଳଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ମଞ୍ଚାସୀନ ଅତିଥି ଓ ସାମ୍ୱାଦିକ ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସରପଞ୍ଚ, ସମିତି ସଭ୍ୟ , ନାଏବ ସରପଞ୍ଚ,ୱାର୍ଡ ମେମ୍ବର  ମାନେ ଯୋଗ ଦେଇ ସେମାନଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ଓ ସମ୍ମୁଖୀନ ହେଉଥିବା ସମସ୍ୟା, ମନରେଗାରେ ବିଲ୍‍କାର୍ଯ୍ୟ ଠିକ୍‍ ରେ ହେଉନଥିବା, ମାସିକ ବୈଠକ ବସୁନଥିବା, ଅଞ୍ଚଳରେ ନେଟଵାର୍କ ଓ ବ୍ୟାଙ୍କ ସୁବିଧା ନଥିବା, ଦୁର୍ଗମ ଅଞ୍ଚଳକୁ ରାସ୍ତା ନଥିବା, ଶୌଚାଳୟ ନିର୍ମାଣରେ ବିଲ ହେଉନଥିବା ପ୍ରଭୃତି, ବିଭିନ୍ନ ସମସ୍ୟା ଉପରେ କର୍ମଶାଳାରେ ଅବଗତ କରାଇଥିଲେ । ପ୍ରତିଷ୍ଠାନର ନିର୍ମଳା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.