ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

0

ପଦ୍ମପୁର/ନୀଳ ଦୀପ -ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ପାଳାଗୁରୁ ଶ୍ରୀଯୁକ୍ତ ଗଣେଶ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ ସହ ଶ୍ରୀକୃଷ୍ଣଙ୍କ ପୂଜନ ଶ୍ରୀକୃଷ୍ଣଙ୍କ ଜନ୍ମ ବୄତାନ୍ତ ଗୀତ ମାଧ୍ୟମରେ ଉପସ୍ଥିତ ଅଭିଭାବକ ଅଭିଭାବିକା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।ଦିବା ପର୍ଯ୍ୟାୟ ପ୍ରମୁଖ ଅଶ୍ବିନୀ ବାରିକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ । ମିନତୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୮୦ ଜଣ ଶ୍ରୀକୃଷ୍ଣ ରାଧା ବେଶରେ ଭାଇ ଭଉଣୀ ଉପସ୍ଥିତ ରହି ଦୋଲି ଝୁଲଣ କରିଥିଲେ । ଚୈତନ୍ୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.