ମା ଭଦ୍ରକାଳୀଙ୍କ ଠାରେ ବାଇଚଢେଇ ପୂଜା ସଂଖ୍ୟା ଲୋକାର୍ପଣ

11

ଓଡ଼ିଆ ଶିଶୁ ସାହିତ୍ୟରେ ନିଜର ପରିଚୟ ସୃଷ୍ଟି କରିଥିବା ଶିଶୁ କିଶୋର ପତ୍ରିକା ବାଇଚଢେଇର ପାର୍ବଣସଂଖ୍ୟା ମା ଭଦ୍ରକାଳୀ ମନ୍ଦିରରେ ଲୋକାର୍ପଣ ହୋଇଯାଇଛି। ପବିତ୍ର ମହାଳୟା ଅମାବାସ୍ୟା ତିଥିରେ ଆଜି ମାଙ୍କ ଷୋଡଶ ଉପଚାର ପୂଜା ପରେ ଭୁବନେଶ୍ୱରୀ ବେଶରେ ନିତିକାନ୍ତି ପରେ ବାଇଚଢେଇ ପରିବାର ପକ୍ଷରୁ ଏକ ଭକ୍ତିର ପରିବେଶ ମଧ୍ୟରେ ଏହି ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ଦିର ପୂଜକ ପଣ୍ଡିତ ରଘୁନାଥ ସେନାପତି ସମ୍ପାଦକ ବିକାଶ କୁମାର ଶତପଥୀ, ସହସମ୍ପାଦକ ସଦାନନ୍ଦ ପାଣିଗ୍ରାହୀ ଉପସ୍ଥିତ ରହି ଏହି ପତ୍ରିକା ପଢ଼ି ପିଲାମାନେ କିପରି ମୋବାଇଲ୍ ଛାଡ଼ି ବହି ସହିତ ଜଡିତ ହୋଇ ରହିବେ ସେଥିପାଇଁ ମାଙ୍କ ପଦାରବିନ୍ଦରେ ପତ୍ରିକା ସମର୍ପଣ କରିଥିଲେ। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଶଶାଙ୍କ ଶେଖର ସାହୁ, ପ୍ରଦୀପ କୁମାର ବେହେରା,ନିରୁପମା ବେହେରା , ତପନ ମିତ୍ର, ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଏଥର ପୂଜା ପତ୍ରିକା ରେ ବାଇଚଢେଇର “ମହାକାଶରେ ମଣିଷ” ବିଶେଷାଙ୍କରେ ବରିଷ୍ଠ ଶିଶୁ ସାହିତ୍ୟିକମାନଙ୍କର ବିଜ୍ଞାନଭିତ୍ତିକ ସହଜ ସରଳ ଲେଖା ନିଶ୍ଚୟ ବିଦ୍ୟାର୍ଥୀମାନଙ୍କୁ ଅଧିକ ଖୋରାକ ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ସମ୍ପାଦକ ବିନମ୍ର କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.