ପଶ୍ଚିମ ଓଡିଶା ସୁନାରୀ ସମାଜର ଗୁରୁତ୍ୱପୁର୍ଣ ବୈଠକ

0

   ବରଗଡ/ଗୌରାଙ୍ଗ ଚରଣ ଦାଶ :- ଆଜି ପଶ୍ଚିମ ଓଡ଼ିଶାର ସୁନାରୀ ସମାଜ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହୋଇଥିଲା। ସୁନାରୀ  ସମାଜର ପଶ୍ଚିମ ଓଡିଶା ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ଗଉନ୍ତିଆ ସାହୁ ଉକ୍ତ ବୈଠକକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ପରେ ସୁନାରୀ ସମାଜର ବିଭିନ ସମସ୍ୟା ତଥା ଅନ୍ୟାନ୍ୟ ବିଷୟରେ ବିସ୍ତାର ଆଲୋଚନା କରାଯାଇଥିଲା। ଏହାପରେ ଆସନ୍ତା ୩୦  ତାରିଖରେ ବରଗଡ ରେ ସମାଜ ଦ୍ୱାରା ନୂଆଖାଇ ଭେଟଘାଟ ର ଆୟୋଜନ କରାଯିବା ନିର୍ଦ୍ଧାରିତ ହେଇଥିଲା ।। 
      ଉକ୍ତ ସଭାରେ ପଶ୍ଚିମ ଓଡ଼ିଶାର ଭିଭିନ୍ନ ଅଂଚଳରୁ ଆସିଥିବା ସମାଜ ର ପ୍ରତିନିଧି ମାନେ ହେଲେ ଉମାକାନ୍ତ ସରାଫ  ଭୀଷ୍ମ ଦେବ ସରାଫ  , ଜଗବନ୍ଧୁ ସରାଫ  ,ଆନନ୍ଦ ସରାଫ  ,ପ୍ରହଲ୍ଲାଦ ,ଭାରତ ,ସ୍ମିଥ ସୋନି ,ତ୍ରିବିକ୍ରମ ମହାରଣା ,ପ୍ରମୋଦ ,ପ୍ରଦୀପ କୁମାର ସାହୁ ,ତପସ୍ୟା ଜୟ ପ୍ରକାଶ , ଅଶୋକ ,ସଞ୍ଜୟ ,ଓ ଅନେକ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରସ୍ତାବ ତଥା ସମସ୍ୟା ଉପରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସର୍ବଶେଷରେ ସମାଜର ସମ୍ପାଦକ ଶ୍ରୀ ଉମାକାନ୍ତ ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.