ବଣାଇ ବ୍ଲକ ଗୁଢିଆଳି ଗ୍ରାମରେ ବନଦୁର୍ଗା ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ତିନିଦିନିଆ ଫୁଟବଲ ମ୍ୟାଚ ଉଦଯାପିତ

0

ରାଉରକେଲା /ବଣେଇ (ବସନ୍ତ କୁମାର ଜେନା): ବଣାଇଁ ବ୍ଲକ କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ମା ବନଦୂର୍ଗା ସ୍ପୋର୍ଟସ କ୍ଲବ ପକ୍ଷରୁ ଏକ ତିନିଦିନିଆ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଣାଇଁ ବିଜେଡ଼ି ଦଳର ଜିଲ୍ଲା ଶ୍ରମିକ ସାମୁଖ୍ୟର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଉଗ୍ରେସନ କିସାନ, ଗୁଢ଼ିଆଳି ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର କମଳ ଲୋଚନ ସେନାପତି, ସଞ୍ଜୟ ଦାଶ, ସାମ୍ବାଦିକ ଭ୍ରମର କୁମାର ବାରିକ, ପ୍ରମୋଦ ବାରିକ, କରୁଣାକର ବୋର୍ଡ, ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରି ଥିବା ବେଳେ ପ୍ରଥମ ସେମି ଫାଇନାଲ ଟିକିରାପୋଷ ଏବଂ କପଣ୍ଡ ଏବଂ ଦ୍ୱିତୀୟ ସେମି ଫାଇନାଲ ଖେଳ ବାବୁ ନୂଆଗାଁ ଏବଂ ଜଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ଖେଳ କପଣ୍ଡ ଏବଂ ବାବୁ ନୂଆଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ବାବୁ ନୂଆଗାଁ ଦଳ ଟ୍ରାଇବ୍ରେକର ମାଧ୍ୟମରେ ୩-୨ ଗୋଲ ବ୍ୟବଧାନରେ କପଣ୍ଡ ଦଳକୁ ହରାଇ ବିଜୟ ଲାଭ କରି ଥିଲେ। ଅତିଥି ମାନଙ୍କ ଦ୍ବାରା ବିଜେତା ଦଳକୁ ନଗଦ ୨୦,୦୦୦/- ଏବଂ ଟ୍ରୋଫି ଏବଂ ରନର ଅଫ ଦଳକୁ ନଗଦ ୧୫,୦୦୦/- ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୀତାମ୍ବର ସେନାପତି, ପ୍ରତାପ ସେନାପତି, ରମେଶ ସେନାପତି, ତୁଷାର କାନ୍ତ ସାହୁ, ଶଙ୍କର୍ଷଣ ସେନାପତି, ରାଜେଶ ସାହୁ, ଶ୍ରୀଧର ସାହୁ, ସିପୁନ ସେନାପତି, ପଙ୍କଜ କୁମାର ସେନାପତି, ଲୋକେଶ ବାରିକ, ରୋହିତ ସାହୁ, ସଙ୍ଗମ ବାରିକ, ସାଗର ବାରିକ, କିରଣ ବିହାରୀ ସେନାପତି, ପପୁ ସାହୁ, ଗୁରୁ ପ୍ରସାଦ ପାତ୍ର ପ୍ରମୁଖ ମା ବନଦୂର୍ଗା ସ୍ପୋର୍ଟସ କ୍ଲବ ର ସଦସ୍ୟ ମାନେ ଉପସ୍ଥିତ ରହି ଏହି ପ୍ରିତିଯୋଗିତା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.