ଜଗତସିଂହପୁର /ରାକେଶ କୁମାର ରାୟ : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତି ଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ବ୍ଲକ ପଟସରା ପଞ୍ଚାୟତ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ତଥା ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣ ଯୋଜନା ସଠିକ୍ ଭାବରେ ଲୋକ ମାନଙ୍କ ପାଖରେ କିପରି ପହଞ୍ଚି ପାରିବ ସେ ବିଷୟରେ ଅବଗତ କରାଇଥିଲେ | ଏହି ପଦଯାତ୍ରା ପଦଯାତ୍ରା ସାଳିଜଙ୍ଗା ତୁଳସୀ ଚଉରା ଠାରୁ ବାହାରି ଅରଣା, ବିଲିପଡା, ପଟସରା, କୂଳପଟସରା, ଦେଇ ଏକସୁଧା ରେ ପହଞ୍ଚିଥିଲା | ଏହି ଶୋଭାଯାତ୍ରା ରେ ଶହ ଶହ ଦଳୀୟ କର୍ମୀଙ୍କ ଗହଣରେ ବିଧାୟକ ତଥା ସରକାରୀ ମୂଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ସରପଞ୍ଚ ପ୍ରମୁଖ କୁମାର ରାଉତ, ସମିତି ସଭ୍ୟା ସ୍ଵର୍ଣ୍ଣଲତା ପାତ୍ର, ପୂର୍ବ ତନ ସରପଞ୍ଚ ଅଭିମନ୍ୟୁ ନାୟକ ଙ୍କ ସହିତ ବହୁ ବିଜେଡି କର୍ମୀ ଦଳୀୟ ପତାକା ଧରି ସାମିଲ୍ ହୋଇଥିଲେ | ଏହି ପଦଯାତ୍ରା କୁ ବିଭିନ୍ନ ମହିଳା ସଙ୍ଗଠନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଶତାଧିକ ମହିଳା ମାନେ ବାଣଫୁଟାଇ ଫୁଲମାଳ ଦେଇ ପଦଯାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post