ସାରସକଣା ରୁ ଦିପୁ ମହାପାତ୍ର-ଶାସକ ପ୍ରସାଶକ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଧାନଘୋରୀ ନିକଟସ୍ଥ ବଡଚାଟରା ପଡିଆରେ କୁଡୁମୀ ସେନା ପକ୍ଷରୁ ବାନ୍ଦନା ପରବ ଉପଲକ୍ଷେ କୁଡୁମୀମାନଙ୍କ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ରାଜକୁମାରୀ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ଯୋଗଦେଇ ଉଭୟଙ୍କୁ କୁଡୁମୀ ସମ୍ପ୍ରଦାୟର ସଂଗୀତ ଏବଂ ନୃତ୍ୟ ସହ ସ୍ବାଗତ କରାଯାଇଥିଲା । ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ପ୍ରଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଝାରପୋଖରିଆ ସମିତି ସଭ୍ୟା ସସ୍ମିତା ମହାନ୍ତ, ପତଞ୍ଜଳୀ ନନ୍ଦ, ଝାରଖଣ୍ଡର କୁଡୁମୀ ସେନା ମିଡିଆ ପ୍ରଭାରୀ ଓମ ପ୍ରକାଶ ମାହାତ, କୁଡୁମୀ ସଂସ୍କୃତି ବିକାଶ ସମିତି ଝାରଖଣ୍ଡ ସଭାପତି ସପନ ମାହାତ, କୁଡୁମୀ ସେନା ଝାରଖଣ୍ଡ ସଭାପତି ଲାଲଟୁ ମାହାତ ଆଦି ମଂଚାସୀନ ହୋଇଥିଲେ । କୁଡୁମି ସେନାଅଡିଶା
ସଭାପତି ଜୟମୁନି ମହାନ୍ତ ସମସ୍ତଙ୍କ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଲାଲଟୁ ମହାନ୍ତକୁଡୁମୀ ସମାଜ କେମିତି ଆଗକୁ ଜାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ ଏହି ଉପଲକ୍ଷେ ଗୋଖୁଣ୍ଟା ପ୍ରତିଯୋଗିତା , ଡେଙ୍ଗୁଆନ ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ବାନ୍ଦନା ପର୍ବ ଉପଲକ୍ଷେ ମହାସମାରୋହରେ ଓଡିଶାର ବିଭିନ୍ନ ଜିଲ୍ଲା ସହିତ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଅନେକ କୁଡିମୀ ନେତାଏହି ସମାରୋହରେ ପହଂଚିଥିଲେ । ସ୍ଥାନୀୟ ଯୁବନେତା ବିଶ୍ବନାଥ ମହାନ୍ତ, କୁବେର ମହାନ୍ତ, ପ୍ରଶାନ୍ତ ମହାନ୍ତ, ସୀତେଶ ମହାନ୍ତ, ସାଇରାମ ମହାନ୍ତ ଆଦି ଅନେକ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.