ଭଞ୍ଜନଗର, : ଭଞ୍ଜନଗର ଥାନା ଅଧିନ ଲଣ୍ଡେଇ ସାହି ୟୁନିଟ-୪ରେ ରହୁଥିବା ରାଜୀବ ବ୍ରହ୍ମା ଗତ ୫ମାସ ପୂର୍ବେ କିଣିଥିବା ହୋଣ୍ଡା ବାଇକ ନଂ ଓଡ଼ି ୩୨-ଜି ୯୧୧୭ଟିକୁ ଘର ଆଗରେ ରଖିଥିଲେ।ହେଲେ ମଧ୍ୟରାତ୍ରୀରେ କେହି ଦୁର୍ବୁତ୍ତ ଆସି ବାଇକ ଟିକୁ ନିଆଁ ଲଗେଇ ଦେଇଥିଲେ। ଭୋର ସମୟରେ ପଡୋଶୀ ଆସି ରାଜୀବଙ୍କୁ ଡାକି ଏସମ୍ପର୍କରେ ଜଣାଇଥିଲେ।ସେତେବେଳକୁ ବାଇକ ଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।ଏହାକୁ ନେଇ ରାଜୀବ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Next Post