ଭଞ୍ଜନଗର କୋର୍ଟରେ ଆୟୁର୍ବେଦ ଚିକିତ୍ସା ଶିବିର

0

ଭଞ୍ଜନଗର : ରାଜ୍ୟ ସ୍ତରୀୟ ସାମାଜିକ ଆନ୍ଦୋଳନରେ ବଳିଷ୍ଠ ଯୋଗଦାନ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରତ୍ୟୁଷ” ଓ ଭଞ୍ଜନଗର ଓକିଲ ସଂଘର ମିଳିତ ଆନୁକୂଲ୍ୟରେ କୋର୍ଟ ପରିସରରେ ଶୁକ୍ରବାର ଦୁଇ ଦିନିଆ ଆୟୁର୍ବେଦ ଚିକିତ୍ସା ସଚେତନତା ଓ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକ ଏହି ଶିବିର ଉଦଘାଟନ କରିଥିଲେ। ବରିଷ୍ଠ ଦୈୱାନୀ ଜଜ୍ ସୋମାଲିନୀ ମିଶ୍ର, ଏସଡିଜେଏମ ଅମିତ କୁମାର ଉପସ୍ଥିତ ଥିଲେ । ବରିଷ୍ଠ ଆୟୁର୍ବେଦିକ ଡାକ୍ତର ରମେଶ ଚନ୍ଦ୍ର ଦାସ,ପ୍ରଫେସର ଡ଼.ମହେଶ୍ବର ଦାସ,ଡ଼.ସତ୍ୟ ନାରାୟଣ ପଟ୍ଟନାୟକ,ଡ଼.ଶରତ ରାଉତ, ଡ଼.ବ୍ରଜବନ୍ଧୁ ପାତ୍ର,ଡ଼.ସୀମାଞ୍ଚଳ ପତି, ଡ.ଯଜ୍ଞ ନାରାୟଣ ବେହେରା,ଡ଼.ଅଶୋକ କୁମାର ଦଳାଇ,ଡ଼.ସ୍ୱର୍ଣ୍ଣକାନ୍ତ ଜେନା ପ୍ରମୂଖ ମଣିଷ ଜୀବନ ସ୍ୱାର୍ଥକତା ପାଇଁ ରୋଗ ଶୂନ୍ୟ ନିରାମୟ ଜୀବନ ନିର୍ବାହ ରେ ଆୟୁର୍ବେଦର ଭୂମିକା ଉପରେ ସୁଦୀର୍ଘ ମତ ପ୍ରକାଶ କରିଥିଲେ। ଦୁଇଦିନ ବ୍ୟାପି ହେବାକୁ ଥିବା ଏହି ଶିବିର ରେ ପ୍ରଥମ ଦିନରେ ଦୁଇ ଶହରୁ ଉର୍ଦ୍ଧ୍ବ ରୋଗୀ ଙ୍କ ଚିକିତ୍ସା କରାଯିବା ସହ ସମ୍ପୁର୍ଣ୍ଣ ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରତ୍ୟୁଷ”ର ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ଶିବିର କୁ ପରିଚାଳନା କରିଥିଲେ। ଆଇନଜୀବୀ ଅମରେଶ ମହାପାତ୍ର, ଧୀରେନ ସ୍ବାଇଁ, ଚନ୍ଦ୍ର ମଣି ମହାପାତ୍ର, ରାଜେନ୍ଦ୍ର କୁମାର ପ୍ରଧାନ,ସନ୍ତୋଷ ତିଆଡି, ମନୋଜ ପଟ୍ଟନାୟକ,ଅଶ୍ୱିନୀ ପାଣିଗ୍ରାହୀ, ଗିରିଜା ଶଙ୍କର ଭୂୟାଁ,ଛବିଲାଲ ପୁଷ୍ଟି, ଜୀବନ ମିଶ୍ର,ଅନମୋଲ ସୁବୁଦ୍ଧି,ଭକ୍ତିକାନ୍ତ ମିଶ୍ର ପ୍ରମୁଖ ଶିବିର କୁ ପରିଚାଳନା କରିଥିଲେ।

Leave A Reply

Your email address will not be published.