ଭୁବନେଶ୍ୱର : ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷ ଶିଶୁର ମୃତ ଶରୀର । ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମର୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ଚାଲିଥିଲା । ଦୁର୍ଭାଗ୍ୟବଶତଃ, ଗତ ସେପ୍ଟେମ୍ବର ୧୯ତାରିଖରେ ରୋଷନ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ବାପା ଓ ମା’ ଦୁହେଁ ପୁଅକୁ ହରାଇ ମାନସିକ ସ୍ତରରେ ପୁରା ଭାଙ୍ଗି ପଡ଼ିଥିଲେ ଏବଂ ଆର୍ଥିକ ଚାପରେ ଥିବାରୁ ପୁଅର ମୃତ ଶରୀର ନିଜ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ । ଶେଷରେ ଅସହାୟ ହୋଇ ସେମାନେ ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁ କଟକ ସିଟି ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳଙ୍କୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଡଃ ବିଶ୍ଵାଳ ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇଥିଲେ ।
ଏ ବିଷୟରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ସଙ୍ଗେସଙ୍ଗେ ଶ୍ରୀ ସାମନ୍ତରାୟ, ଓଡ଼ିଶା ମୋ ପରିବାର ଟିମ୍ ସହିତ ସମ୍ ହସ୍ପିଟାଲରେ ପହଞ୍ଚି କୁନିପୁଅର ମୃତଶରୀର ବଲାଙ୍ଗିରସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ । ଏହି ସମସ୍ତ ପ୍ରକ୍ରିୟାକୁ ସମ୍ ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଶ୍ରୀ ରଶ୍ମୀରଞ୍ଜନ ପ୍ରଧାନ ଓ ଶ୍ରୀ ସାଗର ପାଇକରାୟ ସଂଯୋଜନା କରାଇଥିଲେ ।
ମୃତଦେହ ପାଟଣାଗଡ଼ ସ୍ଥାନାନ୍ତର ହେବା ପରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସାଗର ସଙ୍ଗମ ଶତପଥି ଏବଂ ବିଜୁ ଯୁବ ଜନତା ଦଳର ୧୪ନଂ ଜୋନ୍ ସଭାପତି ଶ୍ରୀ ଅରକ୍ଷିତ ଦଣ୍ଡସେନା ପରିବାର ସଦସ୍ୟଙ୍କ ସହିତ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନରେ ସାହାଯ୍ୟ କରିଥିଲେ ।
Sign in
Sign in
Recover your password.
A password will be e-mailed to you.