ଆସନ୍ତା ପହିଲା ସୁଦ୍ଧା ପାକ୍ସ ଗୁଡିକୁ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

13

ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) କମ୍ପ୍ୟୁଟରୀକରଣ ସଂପର୍କରେ ସମୀକ୍ଷା ବୈଠକ

  ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଗୁରୁତ୍ୱ ଆରୋପ

ଭୁବନେଶ୍ୱର : ସମବାୟ ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ୱ ଆରୋପ କରିଛନ୍ତି । ରାଜ୍ୟର ସମସ୍ତ ୨୭୧୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରୀକରଣ କରି ଚାଷୀମାନଙ୍କୁ ସେବା ପ୍ରଦାନ କରିବା ଦିଗରେ ବିଭାଗ ତରଫରୁ ଆବଶ୍ୟକ ପଦ କ୍ଷେପଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକ୍ସ ଗୁଡିକର କମ୍ପ୍ୟୁଟରୀକରଣ ସଂପର୍କରେ ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ ରାଜ୍ୟରେ ୨୭୧୦ ଟି ପାକ୍କ୍ ଥିବା ବେଳେ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ୨୬୦୦ ଟି ପାକ୍ସର କମ୍ପ୍ୟୁଟରୀକରଣ ସହିତ ଡାଟା ଏଟ୍ରିଂ ଅପରେଟର ( ଡିଇଓ ) ବା ଆବଶ୍ୟକ ମାନବ ସମ୍ବଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ତରଫରୁ ପଦାଧିକାରୀମାନେ କ୍ଷେତ୍ରଉପରେ କାର୍ଯ୍ୟ ତଦାରଖ କରୁଛନ୍ତି । କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଆସନ୍ତା ୧୦ ତାରିଖରୁ ପାକ୍ସ ଗୁଡିକ ପେପରଲେସ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଡି.ଆର୍‌.ସି.ଏସ୍ , ଏ.ଆର୍‌.ସି.ଏସ୍ ଏବଂ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସିଇଓ ମାନେ ଚଳିତ ମାସ ୩୦ ତାରିଖ ସୁଦ୍ଧା ସମସ୍ତ ୨୧୧୦ ପାକ୍ସର ନଥିପତ୍ର ଅପଡେଟ୍ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବା ପଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ନିର୍ଦ୍ଧିଷ୍ଟ ଭାବେ ଡିଇଓ ନିଯୁକ୍ତ କରିବା , ଅନ୍ ସାଇଟ ସହାୟତା ନିମିତ ଭି-ସଫ୍ଟ ତରଫରୁ ୩୦ ଜଣ ବୌଷୟୀକ କର୍ମଚାରୀ ପ୍ରତି ଜିଲ୍ଲାରେ ରହିବେ । ସେହିପରି ପାକ୍ସଗୁଡିକରେ ଅନ ଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ସମିତିର ସମ୍ପାଦକ ଓ ଡିଇଓ ମାନଙ୍କୁ ମାଷ୍ଟର ଟ୍ରେନରମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଆବଶ୍ୟ ତାଲିମ୍ ପ୍ରଦାନ କରିବେ । ପ୍ରକାଶ ଥାଉକି ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୪୮.୭୭ କୋଟି ଟଙ୍କା ଏବଂ ନେଟ୍ ୱାର୍କ ସଂଯୋଗୀକରଣ ପାଇଁ ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।
ଲୋକସେବା ଭବନ ସ୍ଥିତ ମନ୍ତ୍ରୀ ଶ୍ରୀ ନାୟକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ସମବାୟ ବିଭାଗ ଶାସନ ସଚିବ ସଞ୍ଜିବ କୁମାର ଚଢା , ସମବାୟ ସମିତି ନିବନ୍ଧକ ୟୁ.ସି ମାଝି ,ରାଜ୍ୟ ସମବାୟ ବ୍ୟାଙ୍କ ଏମ.ଡି ଗୋପବନ୍ଧୁ ଶତପଥୀ ଏବଂ ଅତିରିକ୍ତ ସଚିବ ସୁଦର୍ଶନ ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.