ସିମାନ୍ତବର୍ତୀ ଅଞ୍ଚଳରେ ଚାଲିଛି ଜୁଆ ଖେଳ,ପୋଲିସର ପାରିବା ପଣିଆ ଉପରେ ଉଠୁଛି ପ୍ରଶ୍ନ ।

0

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଲରେ ଯୁଆ ଖେଳର ( ଘୁଡଘୁଡୁ ପଟି ) ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ଅଞ୍ଚଳରେ ଛତିଶଗଡ଼ କୁ ଲାଗି ରହିଛି ତେଣୁ ଏହି ଥାନା ଅଞ୍ଚଳରେ ଯୁଆ ଖେଳାଇବା ପାଇଁ ଛତିଶଗଡ଼ ଅଞ୍ଚଲର ଲୋକ ଏଠାକୁ ଆସି ଯୁଆ ଖେଳାଉଛନ୍ତି ଏବଂ ନିଜର ଏକ ବ୍ୟବସାୟ କରିଛନ୍ତି ଏହି ଜୁଆଖେଳକୁ । ଏହି ଅଞ୍ଚଲର ଗରିବ ଆଦିବାସୀ ଙ୍କୁ ଭକୁଆ ବନାଇ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଏହି ଛତିଶଗଡ଼ି ଲୋକ। ଏହି ଅଞ୍ଚଲର ଶିକ୍ଷିତ ଲୋକ ଏହି ବାବଦରେ ଚର୍ଚ୍ଚା କରୁଛନ୍ତି ହେଲେ ଏହାକୁ ସ୍ଥାନୀୟ କିଛି ବାହୁବଳୀ ସହଯୋଗରେ ଚାଲାଉସିଥିବାରୁ ମୁହଁଖୋଲି କିଛି କହି ପାରୁନାହାନ୍ତି ଲୋକେ । ପୋଲିସ ର ନୀରବତା ମଧ୍ୟ ଏଠାରେ ପ୍ରଶ୍ନ ସୃଷ୍ଟି କରୁଛି । କିଛି ନଜାଣିଲା ପରି ଅଭିନୟ କରୁଥିବା ପୋଲିସ ଚେଇ ଶୋଇଲା ପରି ଅଭିନୟ କରୁଛୁ । ଏହି ଯୁଆ ଖେଳ ଏବେ ଏହି ଅଞ୍ଚଳର ଯୁବ ପିଢୀକୁ ଭୁଲ ବାଟରେ ନେଉଛି । ଏହି ଯୁଆ ଖେଳେ ପୋଲିସ ର ଭାବମୁର୍ତି ଖରାପ କରୁଛି ଏବଂ ଯୁବ ପିଢୀକୁ ବର୍ବାଦ କରୁଛି ତେଣୁ ପୋଲିସ ନିଜର ତତ୍ପରତା ଦେଖାଇ ଏହି ଯୁଆ ଖେଳକୁ ଏହି ଅଞ୍ଚଳରୁ ବନ୍ଦକରିବା ନିତାନ୍ତ ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.