ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଳନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅଭିଯୋଗର ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଆଜି ମୋଟ ୫୫ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୫୩ ଗୋଟି ଅଭିଯୋଗ,ଗୋଷ୍ଠିଗତ ସମସ୍ୟା ସଂପର୍କୀୟ/ ଗ୍ରାମ୍ୟ ସମସ୍ୟା ୦୨ ଟି । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ନିମନ୍ତେ ୬ଟି, ଜମିଜମ ସମସ୍ୟା ୯ ଟି, ରେଡ୍‌କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୩ ଟି, ଭତା ସଂପର୍କୀୟ ୭ ଟି, ପୋଲିସ ସହାୟତା ନିମନ୍ତେ ୬ ଟି ଏବଂ ଅନ୍ୟାନ୍ୟ ୨୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା କରିଥିଲେ । ଗୋଟିଏ ଅଭିଯୋଗର ତତ୍କାଳ ଫଇସଲା ହୋଇଥିଲା l ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଜଗତସିଂହପୁର ଶିଶୁ ଆଶ୍ରମର ଆଇଟିଆଇ ପଢିବା ପାଇଁ ୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ୯୦୦୦ ଟଙ୍କା ସହାୟତା ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ମାଟ୍ରିକ ପରୀକ୍ଷାରେ ୮୦% ଉର୍ଦ୍ଧ ରଖିଥିବା ୨ ଜଣ ପିଲାଙ୍କୁ ୫୦୦୦ ଟଙ୍କା ସହାୟତା ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ମାଟ୍ରିକ ପରୀକ୍ଷାରେ ୮୦%ରୁ ଉର୍ଦ୍ଧ ରଖିଥିବା ୨ ଜଣ ପିଲାଙ୍କୁ ୫୦୦୦ ଟଙ୍କା ସହାୟତା ରାଶି ମଧ୍ୟରୁ ଶିଶୁ ଆଶ୍ରମର ଅନ୍ତେବାସୀ ଶ୍ରୀ କାର୍ତିକ ପାତ୍ରଙ୍କୁ ପ୍ରଦାନ କରିଥିଲେ l ସବୁଜ ପଥ ଯୋଜନାରେ ଉଚ୍ଚଶିକ୍ଷା ଖର୍ଚ୍ଚ ଛାଡ ନିମନ୍ତେ ଶିଶୁ ଆଶ୍ରମର ୨୨ ଜଣ ପିଲା ପ୍ରମାଣ ପତ୍ର ପାଇଛନ୍ତି । ଏହି ମିଳିତ ଯୁଗ୍ମଳନ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧମେନ୍ଦ୍ର ମଲ୍ଲିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ବିଡ଼ିଓ ଶ୍ରୀ ସାଗର କୁମାର ନନ୍ଦ, ତହସିଲଦାର,ଅଞ୍ଜଳି ତରାଇ, ଜିଲ୍ଲା ଶିକ୍ଷା ଅଧିକାରୀ, ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠି, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ବିରୋକିଶୋର ପରିଡା ,ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.