ହାଟଡିହି ମକର ଧ୍ୱଜ ଯେନା : କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରାଜେଶ ସେଠୀଙ୍କ ନେତୃତ୍ବରେ ବିଜେପି ଦଳର ଏକ ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହାଟଡିହି ବ୍ଲକ ଶାଳଣିଆଁ ଠାରେ ଏକ ସାମ୍ବାଦିକ ସମ୍ମୀଳନୀ ଡକାଇ ଥିଲେ।ଏହି ସମ୍ମୀଳନୀରେ ସେ ମୁଖ୍ୟତଃ ଜିଲ୍ଲାର ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନା ଗମନ ଉପରେ ଆଲୋକପାତ କରି ସରକାରଙ୍କ ଏହି ସେବା ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲୁଛି ବୋଲି ମତ ଦେଇଥିଲେ।ମୁଖ୍ୟତଃ ହାଟଡିହି ବ୍ଲକର ବହୁ ବୃଦ୍ଧ ଓ ବୃଦ୍ଧା ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ପ୍ରଦାନ କରିବା ଦିନ ଠାରୁ ଭତ୍ତା କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଭତ୍ତା ଟଙ୍କାରୁ ବଞ୍ଚିତ ହେବାକୁ ଦୃଢ ନିନ୍ଦା କରିଛନ୍ତି।ସେହିପରି ବହୁ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ପ୍ରଦାନରେ ବ୍ୟାଘାତ ଘଟୁଛି। ଅଞ୍ଚଳର ଏକ ମାତ୍ର ଶାଳଣିଆଁ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେବା ଓ ମରୈଙ୍ଗା ରୁ ବଳୀପୁର ଆର୍ ଡି ରାସ୍ତାର ଅତିଶୋଚନୀୟ ଅବସ୍ଥା ବିଷୟରେ କହିଥିଲେ।ଏହି ସମ୍ମୀଳନୀ ରେ ଜିଲ୍ଲା ସଂଯୋଜକ ସୁଧାଶୁଂ ଶେଖର ବେହେରା,ମହେନ୍ଦ୍ର ସାହୁ,ମନ୍ମଥ କୁମାର ବାରିକ,ନାରାୟଣ ଯେନା,ନିର୍ମଳ ଚନ୍ଦ୍ର ବାରିକ୍,ଜଗନ୍ନାଥ ବାରିକ୍,ସୁଦାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post