ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଗ୍ରାମରେ ଯୌତୁକ ପାଇଁ ନବ ଵିଭାହିତା ମହିଳା ଙ୍କୁ ଶଶୁର ହତ୍ୟା କରିଥିବା ଅଭିଯୋଗ ହୋଇଛି Iସୂଚନା ଅନୁଯାଇ ଯାଜପୁର କୁଆଖିଆ ବରଜଙ୍ଗ ଅଂଚଳ ର ଲଷ୍ମୀଧର ଦଳାଇ ଙ୍କ ଝିଅ ପ୍ରିୟଙ୍କା ଦଳାଇ ଗତ ଜୁନ 7 ରେ ବୈଦିକ ରୀତିରେ ନଳାଙ୍ଗ ଗ୍ରାମର ଆନନ୍ଦ ଚନ୍ଦ୍ର ନାୟକ ଙ୍କ ପୁଅ ଅସୀମ ସଂକେତ ନାୟକ (ଜଣେ ବେସରକାରୀ ବ୍ୟାଙ୍କ କର୍ମଚାରୀ ) ଙ୍କ ସହିତ ବିବାହ ହେଇଥିଲା Iହେଲେ ପ୍ରିୟଙ୍କା ଙ୍କ ଘର ଲୋକେ ବିବାହ ସମୟରେ 1 ଲକ୍ଷ ଟଙ୍କା ସହ ସୁନା ଗହଣା ଦେଇଥିବା ସତ୍ୱେ ଶଶୁର ଘର ଲୋକେ 5 ଲକ୍ଷ ଟଙ୍କା ଯୌତୁକ ଦାବି କରି ବାରମ୍ବାର ମାନସିକ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ଗତ କାଲି ପ୍ରିୟଙ୍କା ଙ୍କ ସ୍ୱାମୀ ଘରେ ନଥିବା ସମୟ ରେ ଶଶୁର ଆନନ୍ଦ ନାୟକ ବହୁକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କା ଙ୍କ ମା ସଞ୍ଜୁଲତା ଦଳାଇ I ପ୍ରିୟଙ୍କା ଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶଶୁର ଆନନ୍ଦ ନାୟକ ଓ ଶାଶୁ ଶାନ୍ତିଲତା ନାୟକ ଙ୍କୁ ଗିରଫ କରି ୪୪୧/୨୨ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ପରେ ଶବ କୁ ଜବତ କରି ଵେବଛେଦ ପାଇଁ ଭଦ୍ରକ ମେଡ଼ିକାଲ କୁ ପଠାଇଛି ପୋଲିସ।
Sign in
Sign in
Recover your password.
A password will be e-mailed to you.