ଚୋରି କଲାବେଳେ ଗ୍ରାମବାସୀ ଙ୍କ ହାତରେ ଧରା ପଡିଲେ ୭ ଚୋର ।

0

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ଚୋରି କରିବା ହେଲା କାଳ । ଗ୍ରାମବାସୀ ଙ୍କ ହାତରେ ଧରା ପଡିଲେ ୭ଜଣ ଚୋର । ୟୁପି ରୁ ଆସି ଦିନରେ ଘୋଡ଼ା ଗାଡ଼ି ସାଙ୍ଗକୁ ବାଦାମ ବେପାର କରୁଥିବା ବେଳେ ରାତି ହେଲେ ଚୋରିରେ ହେଉଛନ୍ତି ସାମିଲ। ଏହିଭଳି ଏକ ଚୋର ଦଳ ଚୋରୀ କରିବାକୁ ଆସିଥିବା ବେଳେ ଗ୍ରାମବାସୀ ଏକ ପିକପ ଭ୍ୟାନ ସମେତ ୭ଜଣକୁ ଧରି ପୋଲିସ ଜିମା ଦେଇଛନ୍ତି।ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଡମ ମହେଶପୁର ଗ୍ରାମରେ। ଏହି ଗ୍ରାମରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ର ଉଚ୍ଚ ପାଣି ଟାଙ୍କି ରେ ବ୍ୟବହୃତ ଲୁହା ସାମଗ୍ରୀ ଗୁଡିକୁ ଗତ କାଲି ବିଳମ୍ବିତ ରାତିରେ ଏଠାରେ ଥିବା ସିକ୍ରୁଟି ଗାର୍ଡ ସହାୟତାରେ ପଗା ପଦ୍ମପୁର ଅଞ୍ଚଳ ରେ ରହୁଥିବା ୟୁପି ର ଘୋଡା ଓ ବାଦାମ ବ୍ୟବସାୟ କରୁଥିବା ଯୁବକ ମାନକ ଦ୍ଵାରା ଚୋରୀ କରି ଏକ ପିକପ ଭ୍ୟାନ ରେ ନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରା ପଡ଼ିଥିଲେ। ଆଜି ମାହାଙ୍ଗା ପୋଲିସ ଜିମା ଦିଆଯାଇଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.