ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡିଷ୍ଟ୍ରିକ୍ଟ ଓ ବନ ବିଭାଗର ମିଳିତ ଭାବେ ଏକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡିଷ୍ଟ୍ରିକ୍ଟର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୁମ୍ମା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁକ୍ରୁ ହୁଇକା ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଶ୍ରୀ ହୁଇକା “ବୃକ୍ଷ ହିଁ ଜୀବନ” “ଲୋକଟିଏ କୁ ଗଛଟିଏ” କହିବା ସହ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ସମସ୍ତେ ନିଜ ନିଜ ବାଡ଼ି ବଗିଚାରେ ଖାଲି ଥିବା ସ୍ଥାନରେ ଗୋଟେ ଗୋଟେ ବୃକ୍ଷ ରୋପଣ କରିବା ବର୍ତ୍ତମାନ ସମୟରେ ନିହାତି ଆବଶ୍ୟକତା ରହିଛି ଓ ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୃକ୍ଷ ଚାରା ରୋପଣରେ ବଉଳ, ଚନ୍ଦନ, ଆଁଳା ଓ ଅଶୋକ ଗଛର ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ଗୁମ୍ମା ଗ୍ରାମର ୱାର୍ଡ ମେମ୍ବର ଚିତ୍ତରଞ୍ଜନ ପାତ୍ର, ଗୁମ୍ମା ସେକ୍ସନର ବନପାଳ ଡ଼ମ୍ବୁରୁଧର ନାୟକ, ବନରକ୍ଷୀ ବି. ଭାସ୍କର, ପ୍ରଦୀପ ସାହୁ, ସମୀର ସାହୁ, ବନ ବିଭାଗର ପାରା ଷ୍ଟାଫ, ମନ୍ଦିର କମିଟିର ଭାସ୍କର ସାହୁ, ଲୋଚନ କୁମାର ସାହୁ, ରାମା ହୁଇକା, କରୁଣାକର ପାତ୍ର ଏବଂ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ଉପଦେଷ୍ଟା ସରୋଜ କୁମାର ସାହୁ, ଉପ ସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ, ସଭ୍ୟ ଘସିରାମ ଜୟସିଂ, ଶ୍ରୀନାଥ ତାଡିଙ୍ଗି, ଓ ମନରଞ୍ଜନ ବିଶ୍ୱାଳ ପ୍ରମୂଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.