ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଅଭିନବ ଭାବେ “ଗଜପତି ଶିକ୍ଷା ଆରୋହଣ” କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ସରକାରୀ ବିଦ୍ୟାଳୟରେ ଏ-୧ ଗ୍ରେଡ୍ ରଖିଥିବା ଛାତ୍ରଛାତ୍ରୀଙ୍କ ପ୍ରଧାନଶିକ୍ଷକ ତଥା ଏ-୨ ଗ୍ରେଡ୍ ରେ ୧୦ ପ୍ରତିଶତରୁ ଅଧିକ ଫଳ ଆଣିଥିବା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରସିସି ଏପରି ମୋଟ ୪୫ ଜଣଙ୍କୁ ନେଇ ପଞ୍ଚ ଦିବସୀୟ ଆବାସିକ ତାଲିମ ସହ ଏକ୍ସପୋଜର ପରିଦର୍ଶନ ନିମନ୍ତେ ରାଜସ୍ଥାନ ଝୁଣୁଝୁଣୁ ଜିଲ୍ଲା ବଗଡ ଅନ୍ତର୍ଗତ ପିରାମଲ ସ୍କୁଲ ଅଫ୍ ଲିଡରସିପ୍ ଓ ଦିଲ୍ଲୀ ଗସ୍ତର କାର୍ଯ୍ୟକ୍ରମ ରହିଛି |
ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଡବ୍ଲ୍ୟୁଇଓ , ଏବିଇଓ ଓ ସମଗ୍ର ଶିକ୍ଷା ପେଡ଼ାଗୋଜି ସଂଯୋଜକ ଭାଗ ନେବେ।
ଜିଲ୍ଲାପାଳ ସମସ୍ତ ଉପସ୍ଥିତ ପ୍ରଧାନଶିକ୍ଷକ ଓ ସିଆରସିସିଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରସ୍ତୁତ କରାଯାଇ ଜିଲ୍ଲାରେ ଶିକ୍ଷାର ବିକାଶ କ୍ଷେତ୍ରରେ ନିଜକୁ ସାମିଲ କରିବା ଓ ନୂତନ ଶିକ୍ଷା କାର୍ଯ୍ୟଶୈଳୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଖିବାକୁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ୪ର୍ଥ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଉଥିବା ସମସ୍ତ ଭାଗିଦାରୀଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଜିଲ୍ଲାପାଳ ବିଭକ୍ତ ପ୍ରତ୍ୟେକ ଦଳ ୫ଟି ବିନ୍ଦୁ ବିସ୍ତୃତ ଭାବେ ପ୍ରଦାନ କରିବାକୁ କହିଥିଲେ।
ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଯାତ୍ରା ବସ୍ ର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନୀତି ଆୟୋଗର ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ଜିଲ୍ଲା ପ୍ରତିନିଧି ଗାନ୍ଧୀ ଫେଲୋ ଆୟୁଷ ହର୍ଷ ଫରହାନ ଓ ଉପାସନା ଉପସ୍ଥିତି ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.