ସରକାରୀ ଦଳର ମୁଖ୍ୟ ସଚେତକଙ୍କୁ ଓଷକଣାରେ ସମ୍ବର୍ଦ୍ଧନା

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଓଡିଶା ବିଧାନସଭା ର ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବିଯୁଜନତା ଦଳ କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ନାଉଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ଜୋନ ୨ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ନାଉଗାଁ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଦିଲିପ ଲେଙ୍କା, ରାଜେଶ ସାହୁ, ପ୍ରତ୍ୟୁଷ ପରିଡା, ଡେରିକି ସରପଞ୍ଚ ପ୍ରଶାନ୍ତ ଜେନା, ଓଷକଣା ସରପଞ୍ଚ ନାରାୟଣ ସ୍ୱାଇଁ, ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ, ନରେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଉପସ୍ଥିତ ଅନ୍ୟ ବିଜେଡି କର୍ମୀ ମାନଙ୍କ ସହିତ ଦଳୀୟ କାର୍ଯ୍ୟକ୍ରମ ସମ୍ବର୍ଦ୍ଧରେ ଆଲୋଚନା କରିଥିଲେ l ଉକ୍ତ ଉତ୍ସବ ରେ ସମାଜକର୍ମୀ ବିଭୁତି ଭୂଷଣ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଦଳୀୟ କର୍ମୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave A Reply

Your email address will not be published.