ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

0

ନବରଙ୍ଗପୁରରୁ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ୫୦ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା | ସେଥିମଧ୍ୟରୁ ସାତ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ୪୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ସେଥିମଧ୍ୟରୁ ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ପଡି କାର୍ଡ, ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ଓ ହଷ୍ଟେଲରେ ନାମ ଲେଖା , ନିଯୁକ୍ତି ଏବଂ ଉଚ୍ଚ ଚିକିତ୍ସା ଏବଂ ଉଚ୍ଚ ଶିକ୍ଷା ପାଇଁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି ସଂକ୍ରାନ୍ତୀୟ ଅଭିଯୋଗ ର ଶୁଣାଣି ହୋଇଥିଲା। ଭାରତ ମାଲା ପ୍ରକଳ୍ପ ରେ ହରାଇଥିବା ଜମିର ପ୍ରାପ୍ୟ ପ୍ରଦାନ ଏବଂ ବିଛିନ୍ନାଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ ଇତ୍ୟାଦି ଆପତ୍ତି ଅଭିଯୋଗ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଶୁଣିବା ସହିତ ଏହାର ତୁରନ୍ତ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।ଏଥିରେ ଜିଲ୍ଲାପାଳଙ୍କ ବ୍ୟତୀତ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ କାଳି ପ୍ରସାଦ ବେହେରା,ପ୍ରକଳ୍ପ ପ୍ରଶାସକ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.