ବାଥରୁମ୍ ରେ ଫୁଟିଲା ବୋମା ,ଚିକିତ୍ସାଧୀନ ଯୁବତୀ ଙ୍କୁ ଭେଟିଲେ ସିଙ୍ଗାର ପଲ୍ଲୀ ସରପଞ୍ଚ

0

ନୂଆଗାଁ/ସୁବ୍ରତ ପରିଡା: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ନୂଆଗାଁ ରେ ୧୮ ବର୍ଷୀୟ ଯୁବତୀ ଗାଧୋଇବାକୁ ଗଲାବେଳେ ବୋମା ଫୁଟିବା ଦ୍ଵାରା ଯୁବତୀ ଜଣଙ୍କ ଗୁରୁତର ହୋଇଥିଲେ।ସୂଚନା ଅନୁଯାୟୀ ଦୀନବନ୍ଧୁ ଦଳ ବେହେରା ଙ୍କ ଝିଅ ଅଶାନ୍ତି ଦଳ ବେହେରା ବାଥ୍ ରୁମ୍ କୁ ଗାଧୋଇବାକୁ ଗଲାବେଳେ ବୋମା ଫୁଟିବା ଦ୍ଵାରା ଗୁରୁତର ହୋଇଥିଲେ।ଯୁବତୀ ଜଣଙ୍କୁ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ସୀଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଆହତ ଯୁବତୀ ଙ୍କ ଚିକିତ୍ସା ବ୍ୟବସ୍ଥା କରାଇବା ସହ ଯୁବତୀ ଙ୍କ ସ୍ବାସ୍ଥ୍ୟାବସ୍ଥା ର ଉନ୍ନତି ପାଇଁ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ।ତେବେ ବାଥ୍ ରୁମ୍ ରେ କିପରି ବୋମା ରହିଲା ତାହାର କାରଣ ଜଣା ପଡ଼ିନାହିଁ।

Leave A Reply

Your email address will not be published.