ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) :କଟକ କିଶନନଗର ଥାନାରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ଆଇନ ବ୍ୟବସ୍ଥା ଉପରୁ ଭରସା ତୁଟିଲା ପରେ କିପରି ଜଣେ ଲୋକ ବାଛିନେଉଛି ମୃତ୍ୟର ରାସ୍ତା ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ପୋଲିସ ସବୁଜାଣି ମଧ୍ୟ ଘଟଣା ଘଟିବାର କିଛି ସମୟ ପର୍ଯ୍ୟନ୍ତ ଭେଳିକି କରିଥିବାର ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ କି ଈଶାଣିଵରହମପୁର ର ଗୁଣନିଧି ବିଷୋୟୀ ହଠାତ୍ ଥାନା ପରିସରରେ ଥିଵା ତ୍ରିନାଥ ମନ୍ଦିର ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଶରୀର ୮୦ ଭାଗ ପୋଡିଯାଇଥିବା ଵେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଵଡ ଡାକ୍ତର ଖାନା ପଠାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଈଶାଣିଵରହମପୁର ର ଗୁଣନିଧି ବିଷୋୟୀ (୪୮) ଵୋଲି ଜଣା ପଡ଼ିଥିବା ଵେଳେ ନ୍ୟାୟ ପାଇଁ ଥାନାକୁ ଧାଇଁ ଧାଇଁ ବିଫଳ ହେବା ପରେ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ଆଶାଳୀନ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରିଥିବା ଵେଳେ ତାଙ୍କୁ ଅବିଳମ୍ବେ ଥାନାରୁ ଯାଜପୁର ଜିଲ୍ଲାକୁ ଵଦଳୀ ହୋଇଥିବା ଜଣାପଡିଛି। ହେଲେ ଆଇଆଇସି ସସ୍ମିତା ରଣା ସ୍ଥାନୀୟ ନେତାଙ୍କୁ ଧରି ଏଠାରେ ରହିଵାକୁ ଚାପ ଓ ଉଦ୍ୟମ ଜାରି ରଖିଥିଵାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଲୋକେ ପୋଲିସ ଉପରୁ ଆଶା ଓ ଭରସା ତୁଟାଇ ଘରେ ଚୁପଚାପ୍ ଵସିରହିଵେ ଵୋଲି ଶୁଣାଯାଉଛି। ତେବେ ଥାନା ଅଧିକାରୀଣୀ ଏହି ଘଟଣା ରେ ସମୁଚିତ କାର୍ଯ୍ୟନୁଷ୍ଠାନ ନେବାରେ ବିଳମ୍ବ କରିଥିବାରୁ ଜଣେ ଲୋକ ଏହିପରି ବାଟ ବାଛିଥିବାର ଅଭିଯୋଗ ହୋଇଛି । ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ବିଶୋଇ ଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବା ସହ ଥାନା ଅଧିକାରୀଣୀ ଙ୍କ ଉପରେ ଉଚ୍ଚ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post