ବିଜେପି ସଂଖ୍ୟା ଲଘୁ ମୋର୍ଚାର ମହା ସମାବେଶ

0

ଉମରକୋଟ(ଜିତେନ୍ଦ୍ର ମହାନ୍ତି) : ବିଜେପି ସଂଖ୍ୟା ଲଘୁ ମୋର୍ଚାର ଏକ ବିଶାଳ ମହା ସମାବେଶ ଖାଣ୍ଡା ପଂଚାୟତର ସାନକୁମାରୀ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି | ଏଇ ସଭାରେ କାଜ଼ାମ ମଦାନୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଉମେରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚା ସଭାପତି ଜନାବ ସିକନ୍ଦର ଅଲ୍ଲୀ ଯୋଗ ଦେଇଥିଲେ | ସନମାନୀତ ଅତିଥି ଭାବରେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚା ଉପ ସଭାପତି ମହମ୍ମଦ ରଫିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୂ, ସରପଞ୍ଚ ରମେଶ ଭତରା, ପବିତ୍ର ଗରଡ଼ା, ବିକ୍ରମ ସିଂ ଉପସ୍ଥିତ ଥିଲେ. ଏଇ ସଭାକୁ ପରିଚାଳନା ଆଇନଜୀବୀ ଶ୍ରୀ ସିମାଞ୍ଚଳ ମଲ୍ଲିକ କରିଥିଲେ | ଅତିଥି ମାନଙ୍କୁ ଆଦିବାସୀ ପରମ୍ପରାର ନୃତ୍ୟ ର ତାଳେ ତାଳେ ଏବଂ ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଚର୍ଚ୍ଚ ର ଫାଦର ମାନଙ୍କ ଦ୍ଵାରା ସ୍ୱାଗତ କରାଯାଇଥିଲା | ବକ୍ତବ୍ୟରେ ଶ୍ରୀ କାଜ଼ାମ ମଦାନୀ ଓଡ଼ିଶାରେ କାହିଁକି ୱାର୍କ ଅଫ ବୋର୍ଡ଼, ହଜ କମିଟି, ମଦ୍ରାସା କମିଟି କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ | ସିକନ୍ଦର ଅଲ୍ଲୀ ବକ୍ତବ୍ୟରେ ଆଜି ପର୍ଯ୍ୟନ୍ତ ମାଇନାରୀଟି କମିଶନ କାହିଁକି ଓଡ଼ିଶାରେ ଗଠନ କରାଯାଇ ନାହିଂ ବୋଲି ଏବଂ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା କାହିଁକି ଗରିବ ହିତାଧିକାରୀ ଙ୍କ ପାଖରେ ପହଂଚି ପାରିନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ. ମୁଖ୍ୟ ଅତିଥି ମୋଦୀ ସରକାର କିପରି ଗରିବ ମାନଙ୍କ କଥା ବୁଝି ଯୋଜନା ଉପରେ ଯୋଜନା କରିଛନ୍ତି ତାହା ସମସ୍ତ ଜନସାଧରଣଙ୍କୁ ବୁଝାଇଥିଲେ. ସେହିପରି ଚର୍ଚ୍ଚର ବିଭିନ୍ନ ଫାଦର ଅବିନାଶ ଗର୍ଜନ, ରଜତ ଭତରା, ଲାଲସନ ବୀର, ନରସିଂହ କରକରା, ଦିଗଭୂଷଣ ଲିମା, ହିରଣ୍ୟ ହରିଜନ, ଭାରତ ହରିଜନ, ଉପେନ୍ଦ୍ର ହରିଜନ, ଦାମୁ ହରିଜନ ଙ୍କ ସହିତ ଧନରାମ ଗଣ୍ଡ, ଶେଖର ଗଣ୍ଡ, ଦାମୁ ସାନ୍ତା, ଲାଲୁ ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ !

Leave A Reply

Your email address will not be published.