ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଙ୍କ ଅକାଳ ବିୟୋଗ

0

ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ତରଫରୁ ସ୍ମୃତି ଚାରଣ ସହ ନିରବ ପ୍ରାର୍ଥନା ସଭା

ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ଅକାଳ ବିୟୋଗରେ ଆଜି ସକାଳେ ଏକ ସ୍ମୃତି ଚାରଣ ସଭା ସହ ଅମର ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସ୍ବର୍ଗତ ସାମୁଏଲ ଏକ୍କା ସୁବର୍ଣ୍ଣପୁର ଜିଲ୍ଲରେ ପ୍ରାୟ ୩ ବର୍ଷ ହେବ ଅବକାରୀ ଅଧିକ୍ଷକ ଭାବେ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିଲେ, ସେ ଯକୃତ ରୋଗ ରେ ପୀଡିତ ହେତୁ ହାଇଦ୍ରାବାଦ ର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସା ହେଉଥିବା ସମୟରେ ଗତ ୫ ତାରିଖ ରାତ୍ରିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ମରାଶରୀର ର ଅନ୍ତିମ ସଂସ୍କାର ପୈତୃକ ଗ୍ରାମ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଭାଲୁଲତା ଠାରେ କରାଯାଇଥିବା ସୂଚନା ମିଳିଛି l ଆଜିର ଏହି ଦୁଃଖଦ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ତଥା ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରି ନିରବ ପ୍ରାର୍ଥନା ସହ ତାଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

Leave A Reply

Your email address will not be published.