ଶିଶୁ ଶ୍ରମ ନିରାକରଣ ନିମନ୍ତେ ଜିଲ୍ଲା ଶ୍ରମ ବିଭଗ ତରଫରୁ ସଚେତନତା ଶୋଭାଯାତ୍ରା

0

ଶୋଭାଯାତ୍ରାର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର 

ସୁବର୍ଣ୍ଣପୁର, (ପ୍ରକାଶ ହାତୀ): ରାଜ୍ୟ ତଥା ଜିଲ୍ଲା ଗୁଡିକରେ ଶିଶୁ ଶ୍ରମିକ ଓ ଶିଶୁନିର୍ଯାତନା କୁ ପ୍ରତିହତ କରି ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ନିମନ୍ତେ ଓଡିଶା ସରକାର ଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ତରଫରୁ ୨୦୨୨ ମଇ ମାସ ୨୯ ରୁ ଚଳିତ ମାସ ୧୨ ପର୍ଯ୍ୟନ୍ତ ବିବିଧ ସଚେତନତା କାର୍ଯ୍ୟକ୍ରମ କରାଯାଉଛି l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆରମ୍ଭ ହୋଇଥିବା ଏହି ପାକ୍ଷିକ କାର୍ଯ୍ୟକ୍ରମ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଆଜି ଏହି ଅବସରରେ ବିଭଗ ତରଫରୁ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ଶୋଭାଯାତ୍ରା ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ର ବାର୍ତ୍ତା ନେଇ ସୋନପୁର ସହର ପରିକ୍ରମା କରିଛି l ଶିଶୁ ଶ୍ରମ ନିରାକରଣ ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରି ଜିଲ୍ଲlରେ ଶିଶୁ ଶ୍ରମ ତଥା ଶିଶୁ ନିର୍ଯାତନା ନିରାକରଣ ନିମନ୍ତେ ପ୍ରତ୍ୟେକ ସ୍ତରରେ ମାନବିକ ମୂଲ୍ୟବୋଧ ସମ୍ପର୍ଣ୍ଣ ପୂର୍ବକ ଆନ୍ତରିକତା ସହ କାର୍ଯ୍ୟକରିବାକୁ ବାର୍ତ୍ତା ପ୍ରଦାନ କରିଛନ୍ତି l ଏହି ଶୋଭାଯାତ୍ରା ସହରର ସମସ୍ତ ଅଂଚଳରେ ପରିକ୍ରମା କରି ଜନସାଧାରଣଙ୍କୁ ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ଉପରେ ସଚେତନତା କରାଇବ l ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଭାରପ୍ରାପ୍ତ ସଭାପତି ମଧୁସୁଦନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ଜିଲ୍ଲା ଚାଇଲଡ ଲାଇନ ଅଧିକାରୀ, ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ସାମ୍ବାଦିକ, ତଥା ବିଭାଗୀୟ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ l

Leave A Reply

Your email address will not be published.