ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ , ଯଥା ରାୟଗଡା ଓ ଜିରାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଦୁଇଗୋଟି ବିଦ୍ୟାଳୟରେ ୧୧୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |
ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ ସଚେତନତା କରିବା ପାଇଁ ଶିଶୁଙ୍କ ମଧ୍ଯରେ ବିତର୍କ, ରଚନା ଓ କୁଇଜ୍ ପ୍ରତିଯୋଗିତା କରାଯାଇ ଥିଲା ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ତତ୍ ସହିତ ସେମାନଙ୍କୁ ବାଲ୍ୟବିବାହ ଆଇନ – ୨୦୦୬ ବିଷୟରେ , ଅଦ୍ଵିକା କାର୍ଯ୍ୟକ୍ରମ ଉପରେ ଅବଗତ କରିବା ସହ ବାଲ୍ୟ ବିବାହ ଦ୍ୱାରା ଶିଶୁଙ୍କର ଅସୁବିଧା ବିଷୟରେ ଅବଗତ କରାଯାଇଥିଲା।
ବାଲ୍ୟ ବିବାହ ଦ୍ଵାରା ଶିଶୁର ଅଧିକାର କ୍ଷୁର୍ଣ୍ଣ ସହ ଶିଶୁଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନାର ଶିକାର ହୋଇଥାଏ , ନିଜେ ନିସ୍ପତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାୟଗଡର ବିଡ଼ିଓ ଶ୍ରୀ ରାଜ ରଞ୍ଜିତ ପ୍ରତାପ ବଳ , ଶ୍ରୀମତୀ ତେର୍ରସ୍କୋବା ମଲ୍ଲିକ , ଶିଶୁ କଲ୍ୟାଣ ସମିତି ଗଜପତିର ସଭ୍ୟ ଶ୍ରୀ ହିରଣ୍ୟ ରୋଇ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଜୟ ପ୍ରକାଶ ବାଡ଼ତୀୟା , ପ୍ରଧାନ ଶିକ୍ଷକ ଓ ଏକ୍ସନ ଏଡର ବିଜୟ ପ୍ରଧାନ , ଝରଣା କୁମ୍ଭ ଓ ଇନ୍ଦୁମତୀ ଦେବୀ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.