ଭୁବନେଶ୍ୱର: ଇଣ୍ଡିଆନ୍ ଏକାଡେମୀ ଅଫ ପେଡିଆଟ୍ରିକ୍ସ (ଆଇଏପି) ଓଡ଼ିଶା- ଆଇଏପି ଓଡ଼ିପେଡିକନ୍ ୨୦୨୬ର ୪୬ତମ ବାର୍ଷିକ ସମ୍ମିଳନୀର ପ୍ରାକ୍- ସମ୍ମିଳନୀ କର୍ମଶାଳା ଅଂଶ ଭାବରେ ଶିଶୁମାନଙ୍କ ପାଇଁ ଏକ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା ଭୁବନେଶ୍ୱରସ୍ଥିତ ଅଙ୍କୁରା ହସ୍ପିଟାଲ ଫର୍ ଓମେନ୍ ଆଣ୍ଡ ଚିଲେ୍ଡ୍ରେନ ଠାରେ ୨୦୨୬ ଅକ୍ଟୋବର ୩୦ ତାରିଖରେ ସଫଳତାର ସହିତ ଆୟୋଜିତ ହୋଇଥିଲା ।
ଆଇଏପି ଭୁବନେଶ୍ୱର ସିଟି ଶାଖା ପକ୍ଷରୁ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ, ଖୋର୍ଦ୍ଧା ଜିଲ୍ଲା ଶାଖା ଏବଂ ଅଙ୍କୁରା ହସ୍ପିଟାଲ ଫର୍ ଓମେନ୍ ଆଣ୍ଡ୍ ଚିଲ୍ଡ୍ରେନ, ଭୁବନେଶ୍ୱର ସହଯୋଗୀତାରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ପେଡିଆଟ୍ରିକ୍ ରେସ୍ପିରେଟୋରୀ ସପୋର୍ଟ (ଶିଶୁମାନଙ୍କର ଶ୍ୱାସ ପ୍ରଶ୍ୱାସ ଭିତ୍ତିକ ସମର୍ଥନ) ଏବଂ ମେକାନିକାଲ ଭେଣ୍ଟିଲେସନ (ଯାନ୍ତ୍ରିକ ଶ୍ୱାସକ୍ରିୟା)ରେ ଶିଶୁରୋଗ ବିଶେଷଜ୍ଞମାନଙ୍କର ଜ୍ଞାନ ଓ ପ୍ରାକ୍ଟିକାଲ ଦକ୍ଷତାକୁ ସୁଦୃଢ କରିବା ଏହି କର୍ମଶାଳାର ଲକ୍ଷ୍ୟ ଥିଲା ।
ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମରେ ରେସ୍ପିରେଟୋରୀ ଫିଜିଓଲୋଜି, ମେକାନିକାଲ ଭେଣ୍ଟିଲେସନ୍ ପଦ୍ଧତି, ଭେଣ୍ଟିଲେଟର ଗ୍ରାଫିକ୍ସ, ନନ୍-ଇନଭାସିଭ ଭେଣ୍ଟିଲେସନ (ଏନ୍ଆଇଭି), ହାଇ-ଫ୍ଲୋ ନାଜାଲ କାନୁଲା (ଏଚଏଫଏନ୍ସି), ଭେଣ୍ଟିଲେଟର ସେଟିଂସ୍, ସମସ୍ୟା ସମାଧାନ, ଏଆର୍ଡିଏସ୍ ପରିଚାଳନା ଏବଂ ଇନ୍ହେଲ୍ଡ ନାଇଟ୍ରିକ ଅକ୍ସାଇଡ (ଆଇଏନ୍ଓ) ଭଳି ମୁଖ୍ୟ ବିଷୟଗୁଡିକ ଉପରେ ପାରସ୍ପରିକ ଆଲୋଚନାଭିତ୍ତିକ ଅଧିବେଶନ ଏବଂ ବ୍ୟାବହାରିକ ପ୍ରଶିକ୍ଷଣ ସ୍ଥାନ ପାଇଥିଲା ।
ପେଡିଆଟ୍ରିକ୍ କ୍ରିଟିକାଲ କେୟାର୍ (ଗୁରୁତର ଶିଶୁ ରୋଗ) ଚିକିତ୍ସା କ୍ଷେତ୍ରରେ ବିଶିଷ୍ଟ ଅଧ୍ୟାପକ ଏବଂ ବିଶେଷଜ୍ଞମାନେ ପାରସ୍ପରିକ ଆଲୋଚନା ଏବଂ ବ୍ୟବହାରିକ ପ୍ରଦର୍ଶନ ଜରିଆରେ ସେମାନଙ୍କର ଜ୍ଞାନ ଓ ଚିକିତ୍ସା ଅନୁଭୂତି ସହଭାଗୀତା କରିଥିଲେ । କର୍ମଶାଳାରେ ଶିଶୁ ରୋଗ ବିଶେଷଜ୍ଞମାନେ ଅତ୍ୟନ୍ତ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ତାତ୍ତ୍ୱିକ ଜ୍ଞାନକୁ ବ୍ୟାବହାରିକ ଚିକିତ୍ସା ଦକ୍ଷତାରେ ରୂପାନ୍ତରିତ କରିବା ଉପରେ ଜୋର୍ ଦିଆଯାଇଥିଲା ।
ନିରନ୍ତର ଶିକ୍ଷଣ, ବୃତ୍ତିଗତ ସହଯୋଗୀତା ଏବଂ ବ୍ୟାବହାରିକ ଦକ୍ଷତା ବିକାଶ ଜରିଆରେ ପ୍ରମାଣ ଭିତ୍ତିକ ରେସ୍ପିରେଟୋରୀ କେୟାର୍ (ପ୍ରମାଣ ଆଧାରିତ ଶ୍ୱାସ ପ୍ରଶ୍ୱାସ ଯତ୍ନ)କୁ ସୁଦୃଢ କରିବା ଏବଂ ଗୁରୁତର ଅସୁସ୍ଥ ଶିଶୁମାନଙ୍କ ଚିକିତ୍ସା ଫଳାଫଳରେ ଉନ୍ନତି ଆଣିବା ନିମନ୍ତେ ଏକ ନୂତନ ପ୍ରତିବଦ୍ଧତା ସହିତ କର୍ମଶାଳା ପରିସମାପ୍ତ ହୋଇଥିଲା ।
କର୍ମଶାଳାର ଆୟୋଜକମାନେ ସମସ୍ତ ଅଧ୍ୟାପକ, ପ୍ରତିନିଧି, ଅତିଥିବୃନ୍ଦ, ଶିଳ୍ପ ସହଭାଗୀ ଏବଂ ସମୁଦାୟ ଅଙ୍କୁରା ହସ୍ପିଟାଲ ଟିମ୍କୁ ଏହି କର୍ମଶାଳାକୁ ପୂର୍ଣ୍ଣତଃ ସଫଳ କରିବା କ୍ଷେତ୍ରରେ ସେମାନଙ୍କର ବହୁମୂଲ୍ୟ ଅବଦାନ ଓ ସମର୍ଥନ ନିମନ୍ତେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ ।
ଡା. ଶୁଭ୍ରାଂଶୁ ଶେଖର ଧଳ, ସିନିୟର କନ୍ସଲଟାଣ୍ଟ ପେଡିଆଟ୍ରିକ ଇଣ୍ଟେନସିଭିଷ୍ଟ, ଡା. ବିଚିତ୍ରାନନ୍ଦ ରାଉତ, ମେଡିକାଲ ଡାଇରେକ୍ଟର ଏବଂ ସିନିୟର କନ୍ସଲଟାଣ୍ଟ ନିଓନାଟୋଲୋଜିଷ୍ଟଙ୍କୁ କର୍ମଶାଳା ସଫଳତାର ସହିତ ପରିଚାଳନା ନିମନ୍ତେ ସେମାନଙ୍କର ମୂଲ୍ୟବାନ ମାର୍ଗଦର୍ଶନ, ଅବଦାନ ଏବଂ ସମର୍ଥନ ସକାଶେ ବିଶେଷ ପ୍ରଶଂସା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.