ତାଲଶ୍ରିଗିଡା ଗ୍ରାମ ରେ ରକ୍ତ ଦାନ ଶିବିର ୬୪ୟୁନିଟ ରକ୍ତ ସଂଗୃହୀତ

10

ବରଗଡ଼/ତା-୩୧-୧୦-୨୦୨୬: ବରଗଡ଼ ବ୍ଲକ ଅନ୍ତର୍ଗତ ତାଲଶ୍ରିଗିଡା ଗ୍ରାମ ରେ ଜୀବନ ସଂଯୋଗ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ଯୁବ ସରପଞ୍ଚ ରିକନ ସାହୁ ଓ ସମିତିସଭ୍ୟ ରାଧେଶ୍ୟାମ ମହାପାତ୍ର ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ସାତ ଯୋଡା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୬୪ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।

ବର୍ତ୍ତମାନ ବୁର୍ଲା ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ଅଭାବ ଥିବା ବେଳେ ଏହି ସଂଗୃହୀତ ରକ୍ତ ଅନେକ ଅସହାୟ ରୋଗୀ ଙ୍କୁ ସହାୟକ ହେବ।ନିଷ୍ଠା ପରିବାର ଓ ଜୀବନ ସଂଯୋଗ ପରିବାର ର ସଦସ୍ୟ ଓ ତାଲଶ୍ରିଗିଡା ଗ୍ରାମ ବାସୀ ଏହି ଶିବିର ର ସୁପରିଚାଳନା କରିଥିଲେ।ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜୀବନ ସଂଯୋଗ ପରିବାର କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.