ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) : ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପଦନଦାସପୁର ଗ୍ରାମରେ। ଘରୋଇ କଳିକୁ ନେଇ ପଦନଦାସପୁର ଗ୍ରାମର ମନୋରମା ସାହୁଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ନିଜର ପୁତୁରା ସନ୍ତୋଷ ସାହୁ। ସନ୍ତୋଷକୁ ପୋଲିସ ଥାନାରେ ଅଟକରଖିଛି। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ଏହି ଘଟଣା ମାହାଙ୍ଗା ଥାନା ଠାରୁ ମାତ୍ର ୨ ଶହ ମିଟର ଦୂର ପଦନଦାସପୁର ଗ୍ରାମରେ ଘଟିଛି ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଗ୍ରାମର ମନୋରମା ସାହୁ ପଚାଶ ବର୍ଷୀୟା ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ପୁତୁରା ସନ୍ତୋଷ ସାହୁଙ୍କୁ ଏହି ହତ୍ୟା ଘଟଣାରେ ପୋଲିସ ଉଠାଇ ନେଇଛି ।
ତେବେ ସ୍ପଷ୍ଟ ଦିବାଲୋକରେ ଏଭଳି ନୃଶଂସ ହତ୍ୟାକାଣ୍ଡ ସ୍ଥାନୀୟ ଅଂଚଳରେ ଦୁଃଖ ର ଛାୟା ଖେଳାଇଦେଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଜଘନ୍ୟ ଅପରାଧ ଘଟିଲା ତାକୁନେଇ ପୋଲିସ ଛାନଭିନ ଆରଂଭ କରିଛି ! ତେବେ ଏକ ପ୍ରକାର ମନୁଷ୍ୟ ଜାତି ଆଜି ନିଜର ମାନବିକତା ହରାଇ ଏହି ପରି କାଣ୍ଡ ଘଟାଇବା ଆଗାମୀ ଭବିଷ୍ୟତ ପିଢିଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ବହୁ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post