ପୌରାଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କଲେ ନିବେଦିତା।

0

ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ରେ ଆଜି ପୌରାଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ନବ ନିର୍ବାଚିତ ଶ୍ରୀମତୀ ନିବେଦିତା ବେହେରା। ଆଜି ସ୍ଥାନୀୟ ସ୍ବର୍ଗତ ନୀଳମଣି ରାଉତରାୟ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ବିରାଟ ଶୋଭା ଯାତ୍ରା ରେ ବାସୁଦେବପୁର ପୌରପାଳିକା କୁ ଯାଇ ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ସମୟରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ କୁମାର ଦଣ୍ଡପ।ଟ, ବରିଷ୍ଠ ସମାଜସେବୀ, ବ୍ୟବସାୟୀ ଶୁଭେନ୍ଦୁ ଭୁଷଣ ବେହେରା, ବିଧାୟକଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ସାଂସଦଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ନଗର ସଭାପତି ଶ୍ୟାମସୁନ୍ଦର ମହାନ୍ତି, ଛାତ୍ର ସଭାପତି କାଳନ୍ଦୀ ସାହୁ, ବିଜେଡ଼ି ନଗର ଯୁବ ସଭାପତି ମାନସ ରଞ୍ଜନ ସାହୁଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.